ଶ୍ରୀନଗର: ଅନ୍ତର୍ଜାତୀୟ ସୀମାର ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ଆଶଙ୍କା କରାଯିବା ପରେ ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି। ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଆକ୍ରମଣ ଘଟାଇପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା ସୂଚନା ଦେବା ପରେ ସଂପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Advertisment

ଏକ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ପାକ୍‌ ଅଧିକୃତ କଶ୍ମୀରର ଜୁରା ଅଞ୍ଚଳରେ କେତେକ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରର ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରାୟତଃ ୬ ଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସକ୍ରିୟ ଥିବା ସୂଚନା ରହିଛି ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାଣିବାକୁ ମିଳିଛି।

ନିୟନ୍ତ୍ରଣ ରେଖାର ମୋହରାଠାରେ ଥିବା ଭିମ୍ବେର ଗଲି ସେକ୍ଟରରେ ୩ଟି ଗ୍ରୁପ୍‌ର ଆତଙ୍କବାଦୀ ସକ୍ରିୟ ଥିବା ସୂଚନା ରହିଛି। ଆତଙ୍କବାଦୀମାନେ ଲାଞ୍ଜୋଟ୍‌, ଦଦୋଟ ଓ ଜେଜିଆନ୍‌ ଅଞ୍ଚଳରେ ବି ଦେଖିବାକୁ ମିଳିଛନ୍ତି। ଗୁଇନ୍ଦା ସଂସ୍ଥା ଜେଇଏମ୍‌ ଆତଙ୍କବାଦୀଙ୍କ ସମେତ ଲସ୍କର-ଇ-ତୋଏବାର କିଛି ଆତଙ୍କବାଦୀଙ୍କୁ ମଧ୍ୟ ଚିହ୍ନଟ କରିଛି।