ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ବିଧାନସଭା ଆସନଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଯୋଜନା କରୁଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଗୃହ ମନ୍ତ୍ରାଳୟର ଦାୟିତ୍ବ ନେବାପରେ ଏବେ ଜମ୍ମୁ କଶ୍ମୀର ଉପରେ ଅଧିକ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ ୧୯୯୫ରେ ଶେଷ ଥର ପାଇଁ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି। ରାଜ୍ୟରେ ୧୧୧ ବିଧାନସଭା ଆସନ ରହିଥିବା ବେଳେ ୨୪ଟି ଆସନ ଖାଲି ଛାଡ଼ି ଦିଆଯାଇଛି। ଜମ୍ମୁ କଶ୍ମୀର ସମ୍ବିଧାନ ଅନୁଯାୟୀ ଧାରା ୪୭ ମୁତାବକ ଏହି ୨୪ଟି ଆସନ ପାକ୍ ଅଧିକୃତ କଶ୍ମୀର ପାଇଁ ଛାଡ଼ି ଦିଆଯାଇଛି ଏବଂ ବଳକା ୮୭ ଆସନରେ ହିଁ ନିର୍ବାଚନ ଅନୁଷ୍ଠିତ ହୋଇଛି।
କେନ୍ଦ୍ର ସରକାର ଏବେ ଅନୁସୂଚିତ ଜାତି ଏବଂ ଜନଜାତି ସମୁଦାୟ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସୀମା ପୁନଃନିର୍ଦ୍ଧାରଣ କରିବାକୁ ଚାହୁଥିବା ସ୍ପଷ୍ଟ କରିଛନ୍ତି। କଶ୍ମୀରରେ କୌଣସି ଆସନରେ ସଂରକ୍ଷଣ ବ୍ୟବସ୍ଥା ନାହିଁ। ତେବେ ଏଠାରେ ୧୧ ପ୍ରତିଶତ ଗୁର୍ଜର ବକରୱାଲ ଏବଂ ଅନ୍ୟ ଜନଜାତିର ଲୋକ ରହିଛନ୍ତି। ଜମ୍ମୁ କ୍ଷେତ୍ରରେ ୭ଟି ଆସନ ସଂରକ୍ଷିତ ରହିଛି। ଏବେ ନୂତନ ଭାବେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ଲାଗୁ ହେବା ପରେ ସାମଜିକ ସମୀକରଣ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।
ଜମ୍ମୁ କଶ୍ମୀରରେ ଆସନ ସମୀକରଣ ବଦଳିବ
ସୀମା ପୁନଃନିର୍ଦ୍ଧାରଣ ପାଇଁ ଗୃହ ମନ୍ତ୍ରାଳୟର ଯୋଜନା
/sambad/media/post_attachments/wp-content/uploads/2019/06/jammu-kashmir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)