ଶୋପିଆଁ: ଜମ୍ମୁ-କଶ୍ମୀରରେ କିଛି ଦିନ ହେଲାଣି ଆତଙ୍କବାଦୀଙ୍କ ଆକ୍ରାମଣ ଜାରି ରହିଛି। ଗତକାଲି ଜମ୍ମୁ-କଶ୍ମୀରର ବୁଡଗାମ ଜିଲ୍ଲାରେ ଆଜି ଅଜ୍ଞାତ ଆତଙ୍କବାଦୀମାନେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଦଳ ଉପରେ ଆକ୍ରମଣ କରିଥିବା ବେଳେ ଆଜି ପୁଣି ଥରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣା ପଡ଼ିଛି। ଶୋପିଆଁର ମିନି ସେକ୍ରେଟାରିଏଟରେ ମୁତୟନ ଥିବା ସେନା ଯବାନଙ୍କ ଉପରକୁ ଗୁଳି ଚଳାଇ ଆତଙ୍କବାଦୀମାନେ ଖସି ପଳାଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ବେଳେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି।
ଏହାପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରରେ ଶ୍ରୀନଗରରେ ଆକ୍ରମଣକାରୀମାନେ ଓକିଲ ବାବର କାଦ୍ରିଙ୍କ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ସେ ମୃତ୍ୟୁ ବରଣ କରିଥିଲେ। ଆକ୍ରମଣ ପରେ ତୁରନ୍ତ ବାବର କାଦ୍ରିଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା।
Image Courtesy of India Todayବାବର କାଦ୍ରି କେବଳ ଜମ୍ମୁ-କଶ୍ମୀରରେ ନୁହେଁ ସମଗ୍ର ଦେଶରେ ଏକ ଜଣାଶୁଣା ନାମ ଥିଲେ | ସେ ଅନେକ ସମୟରେ ଟିଭି ବିତର୍କରେ ନଜର ଆସିଥିଲେ ​​| ଗୁଳି ଚଳାଇବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାବର କାଦ୍ରି ତାଙ୍କର ଶେଷ ଟ୍ୱିଟ୍ରେ ତାଙ୍କ ଜୀବନ ପ୍ରତି ବିପଦ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-209.jpg)