୧୪୨ ଦିନ ପରେ ଆଜି ମଧ୍ୟରାତ୍ରରୁ ଜମ୍ମୁ- କଶ୍ମୀରରେ ପୁନର୍ବାହଲ ହେବ ଏସ୍ଏମ୍ଏସ୍ ସେବା
ଶ୍ରୀନଗର: ଦୀର୍ଘ ୧୪୨ ଦିନର ବ୍ୟବଧାନ ପରେ ଆଜି (ମଙ୍ଗଳବାର) ମଧ୍ୟରାତ୍ର ଠାରୁ ଜମ୍ମୁ- କଶ୍ମୀର ଉପତ୍ୟକାରେ ଏସ୍ଏମ୍ଏସ୍ ସେବାର ପୁନର୍ବାହାଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଧାରା ୩୭୦ର ପ୍ରତ୍ୟାହାର ପରେ ଅଶାନ୍ତ ହୋଇ ପଡ଼ିଥିବା ଜମ୍ମୁ- କଶ୍ମୀରରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ଉପତ୍ୟକାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସମସ୍ତ ଲ୍ୟାଣ୍ଡଲାଇନ୍, ମୋବାଇଲ, ଏସ୍ଏମ୍ଏସ୍ ଓ ଇଣ୍ଟରନେଟ ସେବାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖା ଯାଇଥିଲା। ତେବେ, ପରିସ୍ଥିତି କିଛିଟା ନିୟନ୍ତ୍ରଣକୁ ଆସିବା ପରେ ପ୍ରଥମେ ସେପ୍ଟେମ୍ବର ମାସରେ ଲ୍ୟାଣ୍ଡଲାଇନ୍ ସେବା ଓ ଅଳ୍ପ କିଛି ଦିନ ପୂର୍ବରୁ ଉପତ୍ୟକାରେ ମୋବାଇଲ ସେବା ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ସରକାର ଉଠାଇ ନେଇଥିଲେ। କିନ୍ତୁ, ଏସ୍ଏମ୍ଏସ୍ ଓ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ପୂର୍ବବତ୍ ଜାରି ରହିଥିଲା।
Jammu and Kashmir Principal Secretary Rohit Kansal: SMS services to be restored from midnight, December 31 in Kashmir valley. (File pic) pic.twitter.com/GBdhJUFx05
— ANI (@ANI) December 31, 2019
ତେବେ, ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବା ହୃଦବୋଧ କରିବା ପରେ ଆଜି ମଧ୍ୟରାତ୍ର ପର ଠାରୁ ଜମ୍ମୁ- କଶ୍ମୀର ଉପତ୍ୟକାରେ ଏସ୍ଏମ୍ଏସ୍ ସେବାର ପୁନର୍ବାହାଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଖୁବ୍ଶୀଘ୍ର ଉପତ୍ୟକାର ସମସ୍ତ ହସ୍ପିଟାଲରେ ଇଣ୍ଟରନେଟ ଓ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ ବୋଲି ଜମ୍ମୁ- କଶ୍ମୀରର ପ୍ରମୁଖ ସଚିବ ରୋହିତ୍ କାଂଶଲ ଗଣମାଧ୍ୟମକୁ କହିଛନ୍ତି।