ଶ୍ରୀନଗର: ହିମସ୍ଖଳନରେ ୩ ଯବାନ ମୃତ, ଜଣେ ଗୁରୁତର

ଶ୍ରୀନଗର: ଉତ୍ତର ଜମ୍ମୁ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାରେ ହିମସ୍ଖଳନ ହୋଇଛି। ମଛଲି ସେକ୍ଟରସ୍ଥିତ ଆର୍ମି ପୋଷ୍ଟରେ ହୋଇଥିବା ଏହି ହିମସ୍ଖଳନରେ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିୟନ୍ତ୍ରଣ ରେଖା ନିକଟରେ ମଛଲି ସେକ୍ଟରରେ ସେନା ପାଣ୍ଡି ଗଳି(ଏସପିଜି)ରେ ଅପରାହ୍ନ ୪ଟାରେ ହିମସ୍ଖଳନ ହୋଇଥିଲା।

ଅଧିକାରୀ କହିଛନ୍ତି, ହିମସ୍ଖଳନ ଯୋଗୁଁ ୪ ଜଣ ଯବାନ ଶିକାର ହୋଇଛନ୍ତି। ଘଟଣା ପରେ ଯବାନମାନଙ୍କୁ ତୁରନ୍ତ ଅପରେସନ ଆରମ୍ଭ କରାଯାଇଥିଲା। ସେ କହିଛନ୍ତି, ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆର୍ମିର ଶ୍ରୀନଗରସ୍ଥିତ ୯୨ ବେସ୍‌ ହସ୍ପିଟାଲ ବାଦାମୀବାଗରେ ସ୍ଥାନାନ୍ତର ବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ବିପିନ ନାମରେ ଗୁରୁତର ହୋଇଥିବା ଜଣେ ଯବାନଙ୍କ ଅବସ୍ଥା ସ୍ୱାଭାବିକ ହୋଇଛି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଅଧିକାରୀ କହିଛନ୍ତି, ମୃତ୍ୟୁର ଶିକାର ହୋଇଥିବା ଯବାନଙ୍କ ନାମ ହେଲା ହାବିଲଦାର କମଲେଶ କୁମାର, ନାୟକ ବଲବୀର ଓ ରାଜେନ୍ଦ୍ର।

ସମ୍ବନ୍ଧିତ ଖବର