ଶ୍ରୀନଗର: ଜୁନ ୨୮ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମୟରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। କଶ୍ମୀର ଘାଟିରେ ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ଅମରନାଥ ଯାତ୍ରା ଭଣ୍ଡୁର କରିବାକୁ ପାକ୍ ଅଧିକୃତ କଶ୍ମୀରରେ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୂଚନା ମୁତାବକ, ଅମରନାଥ ଯାତ୍ରା ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସାଙ୍ଗଙ୍କୁ ଆଇଇଡି ବିସ୍ଫୋରଣରେ ଶ୍ରଦ୍ଧାଳୁଙ୍କ ହତ୍ୟା କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ଏଭଳି ସୂଚନା ମିଳିବା ପରେ ଉଭୟ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ରାସ୍ତାର ଯାଞ୍ଚ କରିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ଘଟଣାକୁ ପ୍ରତିହତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ୨୧ ଦିନର ଅମରନାଥ ଯାତ୍ରାକୁ ନିରାପଦରେ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୨୨ ହଜାର ଯବାନ ପଠାଇବାକୁ ଅନୁରୋଧ କରିଛନ୍ତି। ସେପଟେ, ରମଜାନ ପାଇଁ ସେନା ପକ୍ଷରୁ ଅସ୍ତ୍ର ବିରତି ପାଳନ କରାଯାଉଥିବା ବେଳ ଘାଟିରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ଯୋଜନା
ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ
/sambad/media/post_attachments/wp-content/uploads/2018/06/2-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)