ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ଖବର ଦିଅ: ଜମ୍ମୁ ପୁଲିସ

ଜମ୍ମୁ: ସ୍ବାଧୀନତା ଦିବସ ଅବସରରେ ଜମ୍ମୁ କଶ୍ମୀରରେ ଏବେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ଜମ୍ମୁ କଶ୍ମୀର ପୁଲିସ ଏବେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ଜମ୍ମୁ କଶ୍ମୀରରେ କୌଣସି ସ୍ଥାନରେ କିଛି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ବସ୍ତୁ ଦେଖିଲେ ସଙ୍ଗେସଙ୍ଗେ ପୁଲିସରେ ଜଣାଇବାକୁ କୁହାଯାଇଛି। ସେହିପରି କୌଣସି ବ୍ୟକ୍ତି ବାହାରକୁ ବାହାରିଲେ ସାଙ୍ଗରେ ଅସ୍ତ୍ରଶସ୍ତ୍ର, ପଲିଥିନ୍‌ ବ୍ୟାଗ୍‌, ଷ୍ଟପ୍‌ ୱାଚ୍‌, କୌଣସି ପ୍ରକାର ପାଉଡର, ସିଗାରେଟ୍‌, ଲାଇଟର ନନେବା ପାଇଁ କୁହାଯାଇଛି। ପ୍ରଶାସନ ଲଗାତାର ସ୍ଥିତି ସମୀକ୍ଷା କରୁଛି।

ସମ୍ବନ୍ଧିତ ଖବର