ଶ୍ରୀନଗର: ଜମ୍ମୁରେ ଶିବଖୋରି ଶୈବପୀଠ ଦର୍ଶନ ସାରି ମାତା ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଉପରକୁ ତେରୟାଥ ଗାଁ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

Advertisment

ଆକ୍ରମଣରେ ବସ୍ ଚାଳକ, କଣ୍ଡକ୍ଟର ସମେତ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ଏଥିରେ ଆହତ ହୋଇଥିଲେ। ଏହି ଘଟଣାରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର ଏ ତାଏବା (ଏଲ୍ଇଟି)ର ସହଯୋଗୀ ସଂଗଠନ ନିଜକୁ ଦାୟୀ କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିବା  ଦୁଇଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହି ‌ସ୍କେଚ ଜାରି କରି ପୁଲିସ କହିଛନ୍ତି, ଏହି ଦୁଇ ଆତଙ୍କବାଦୀଙ୍କ ସମ୍ପର୍କରେ ଯିଏ ବି ଠିକ ସୂଚନା ଦେବେ ତାଙ୍କୁ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ଏଥିସହିତ ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଲିସ ବି ବ୍ୟାପକ ପ୍ରସ୍ତୁତି କରି ଅପରେସନ ଆରମ୍ଭ କରି ଦେଇଛି। ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ପୋନି ତେରାୟଥ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଘେରି ଯାଇଛନ୍ତି।  ଏହି ସର୍ଚ୍ଚ ଅପରେସନ କାର୍ଯ୍ୟରେ ସୁରକ୍ଷାବାହିନୀର ୧୧ଟି ଦଳକୁ ନିୟୋଜିତ କରାଯାଇଛି। ଏହି ଅପରେସନକୁ କଡ଼ାକଡ଼ି ବି କରାଯାଇଛି। ଦଳରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟକୁ ପ୍ରତି ମୁହୂର୍ତ୍ତରେ ସଜାଗ ରହିବାକୁ ବି ପରାମର୍ଶ ଦିଆଯାଇଛି।’