ଶ୍ରୀନଗର: ଜମ୍ମୁକଶ୍ମୀର ପୁଲିସ ଏବଂ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସଆଇଏ) ବାରାମୁଲ୍ଲା, ବାନ୍ଦିପୋରା, କୁପୱାଡ଼ା ଏବଂ ଗାଣ୍ଡରବାଲରେ ଜମାତ-ଏ-ଇସଲାମି ଏବଂ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି। ଜମ୍ମୁକଶ୍ମୀର ରାଜସ୍ୱ ବିଭାଗର ଦଳ ଏବଂ ଜମ୍ମୁକଶ୍ମୀରର ପୁଲିସ ଅଧିକାରୀ ଆଜି ଲଶ୍କର-ଏ-ତୋଇବା କମାଣ୍ଡର ଅବଦୁଲ ରସିଦ ଓରଫ ଜାହାଙ୍ଗୀରର ସମ୍ପତ୍ତିକୁ ଜବତ କରିଛନ୍ତି। ଡୋଡା ଏସଏସପି ଅବଦୁଲ କୟୁମ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶରେ ଡୋଡା ଜିଲ୍ଲାର ଥାଥରୀର ଖାନପୁରା ଗ୍ରାମରେ ଥିବା ଚାରି ଏକରରୁ ଅଧିକ ଜମିକୁ ରାଜସ୍ବ ବିଭାଗ ନିଜ ଅଧୀନକୁ ଆଣିଛି | ପୁଲିସ କହିଛି ଯେ ଅନ୍ୟ ସ୍ଥାନୀୟ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି |

Advertisment

ସେହିପରି ଯେଉଁ ଆତଙ୍କବାଦୀମାନେ ଦିନେ ଏଠାରେ ରହୁଛନ୍ତି ଓ ଏବେ ପାକିସ୍ତାନ ଚାଲିଯାଇଛନ୍ତି ଏବଂ ସେଠାରୁ ଡିଜିଟାଲ ମାଧ୍ୟମରେ ଏଠାକାର ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ | କୟୁମ କହିଛନ୍ତି ଯେ ରସିଦ ୧୯୯୩ରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ପଳାଇ ଯାଇଥିଲେ ଏବଂ ବିଦ୍ରୋହୀ କାର୍ଯ୍ୟକଳାପ କରିବା ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ତାଲିମ ପାଇବା ପରେ ଫେରି ଆସିଥିଲେ। ପାକିସ୍ତାନରୁ ଅନୁପ୍ରବେଶ କରିବା ପରେ ସେ ଅନ୍ୟ ଆତଙ୍କବାଦୀଙ୍କ ସହ ସକ୍ରିୟ ରହି ଜମ୍ମୁକଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଡୋଡା ଏସଏସପି ଅବଦୁଲ କାୟୁମ କହିଛନ୍ତି ଯେ ଏହା ବ୍ୟତୀତ ଅବଦୁଲ ରସିଦ ଅନେକ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଉଥିଲା |