ଚକୋଲେଟ୍‌ ଡେ’ ହେଲା ଶେଷ ଦିନ: ରାତି ଅଧରେ ଚକୋଲେଟ୍‌ ଡେ’ ପାଳନ କରିବା ପାଇଁ ପ୍ରେମୀଯୁଗଳ ଘରୁ ବାହାରଥିବା ବେଳେ ଘଟିଲା ଏଭଳି ଘଟଣା

ଯମୁନାନଗର : ଗତ ୭ତାରିଖରୁ ପ୍ରେମ ସପ୍ତାହ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରେମୀଯୁଗଳମାନେ ସବୁଦିନକୁ ପାଳନ କରିବା ଆରମ୍ଭ କରିଛନ୍ତି । ଭାଲେଣ୍ଟାଇନ୍‌ ଡେ’ ଆଉ ମାତ୍ର କିଛି ଦିନ ଥିବା ବେଳେ ନିଜ ନିଜର ସାଥୀମାନଙ୍କ ସହ ସେହି ଦିନଟିକୁ ଖାସ୍‌ କରିବା ପାଇଁ ଯୁବକ-ଯୁବତୀମାନେ ଲାଗି ପଡ଼ିଛନ୍ତି । କିନ୍ତୁ ଏ ମଧ୍ୟରେ ପ୍ରେମ ସପ୍ତାହରେ ଏକ ପ୍ରେମୀଯୁଗଳ ମୃତ୍ୟୁ ହେବା ଖବର ସମସ୍ତଙ୍କୁ ନିରାଶ କରିଛି । ଯମୁନାନଗରରେ ପ୍ରେମୀଯୁଗଳଙ୍କ ମୃତ୍ୟୁ ହେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Dainik Bhaskar

ସୂଚନା ମୁତାବକ, ପିଙ୍କି(ଛଦ୍ମନାମ) ଏବଂ ସନ୍ନି ଦୁହେଁ ଚକୋଲେଟ୍‌ ଡେ’ ପାଳନ କରିବାର ଯୋଜନା ବନାଇଥିଲେ । ଏଥି ପାଇଁ ଦୁହେଁ ରାତିରେ ଦେଖା ହୋଇଥିଲେ । ସନ୍ନି ପିଙ୍କିଙ୍କ ଘରର ଛାତକୁ ଆସିବା ପରେ ପିଙ୍କି ତାଙ୍କୁ ନେଇ ପଡ଼ୋଶୀ ଘର ଛାତକୁ ଯାଉଥିବା ବେଳେ ଉପରେ ଯାଇଥିବା ୧୧କେବି ତାରର ସଂସ୍ପର୍ଶରେ ଆସିଥିଲେ । ପରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ରାତି ହୋଇଥିବାରୁ, କେହି ଏ ବିଷୟରେ ଜାଣି ପାରି ନ ଥିଲେ । ସକାଳୁ ପିଙ୍କିଙ୍କ ମା’ ତାଙ୍କୁ ଖୋଜିବା ପରେ ଘଟଣାଟି ସାମ୍ନା ଆସିଥିଲା । ପ୍ରଥମେ ଦୁହିଁଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଥିବା ବେଳେ ପରେ ଶବ ବ୍ୟବଚ୍ଛେଦ ହେବାରୁ କାରଣ ସାମ୍ନାକୁ ଆସିଥିଲା । ପିଙ୍କି ଦୁଇ ଭାଇରେ ଜଣେ ଭଉଣୀ ହୋଇଥିବା ବେଳେ ସନ୍ନି ଦୁଇ ଭଉଣୀରେ ଗୋଟେ ଭାଇ ଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର