ନୂଆଦିଲ୍ଲୀ : ସାରାଦେଶରେ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଲୋକ ୬ ହଜାର ଜନୌଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣୁଛନ୍ତି । ଏହି କେନ୍ଦ୍ରଗୁଡ଼ିକ ହାଇଡ୍ରକ୍ସି କ୍ଳୋରୋକୁଇନ ମଧ୍ୟ ବିକ୍ରୟ କରୁଛନ୍ତି ।

Advertisment

କୋଭିଡ-୧୯ ମହାମାରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ମନସୁଖ ମାଣ୍ଡଭିୟ । ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଫାର୍ମାସ୍ୟୁଟିକାଲ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ବପ୍ନ ଥିଲା, ତାହା ଜନୌଷଧି କେନ୍ଦ୍ର ମାଧ୍ୟମରେ ବାସ୍ତବ ରୂପ ନେଇଛି । ଏହି ଯୋଜନା ଆରମ୍ଭ ହେବାର ସାଢ଼େ ପାଂଚ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୬ ହଜାର ଜନୌଷଧି କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରମାନଙ୍କରେ ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ବଜାର ଦର ଠାରୁ ପ୍ରାୟ ୫୦ ରୁ ୯୦ ପ୍ରତିଶତ କମ ମୂଲ୍ୟରେ ଯୋଗାଇ ଦିଆଯାଉଛି ।