ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ୬ ବର୍ଷ ପୂରଣ କରିଛି। ଏହି ସମୟରେ ୪୦.୩୫ କୋଟି ଜନ ଧନ ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ସେଥିରେ ୧.୩୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି। ଜନ ଖାତାର ୬୩.୬ ପ୍ରତିଶତ ଗ୍ରାହକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୫୫.୨ ପ୍ରତିଶତ ଗ୍ରାହକ ହେଉଛନ୍ତି ମହିଳା। ବ୍ୟାଙ୍କ ପାଖରେ ପହଞ୍ଚି ନଥିବା ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ସେହି ମାସ ୨୮ ତାରିଖରୁ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ୬ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଛନ୍ତି। ଜନ ଧନ ଖାତାରେ ଟଙ୍କା ଜମା, ପ୍ରେରଣ, ଋଣ, ବୀମା, ପେନ୍ସନ୍ ଆଦି ସୁବିଧା ଯୋଗାଇ ଦିଆଯାଉଛି। ଏଥିରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ରହିଛି। ଜନ ଖାତାର ଗ୍ରାହକମାନଙ୍କୁ ୨୯.୭୫ କୋଟି ରୁପେ ଡେବିଟ୍ କାର୍ଡ ଦିଆଯାଇଛି। ଆଗାମୀ ଦିନରେ ଗ୍ରାହକମାନଙ୍କୁ ଲଘୁ ବୀମା ଯୋଜନାରେ ସୁବିଧା ଯୋଗାଇ ଦେବା ଲାଗି ଉଦ୍ୟମ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇରେ ଅନ୍ତର୍ଭୁକ୍ତ କରାଯିବ। ବ୍ୟାଙ୍କଗୁଡ଼ିକୁ ଏଥିପାଇଁ ନିର୍ଦେଶ ଦିଆଯାଇଛି। ଫ୍ଲେକ୍ସି ରିକରିଂ ଜମା ଭଳି ଲଘୁ ଋଣ ଓ ଲଘୁ ନିବେଶ ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଛି।
ଜନ ଧନକୁ ୬ ବର୍ଷ, ଗ୍ରାହକଙ୍କୁ ଲଘୁ ବୀମା ଯୋଜନାର ଲାଭ ମିଳିବ
/sambad/media/post_attachments/wp-content/uploads/2020/08/janadhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)