ନୂଆଦିଲ୍ଲୀ : ଦେଶର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ଖୋଲିବା ଲାଗି ଆରମ୍ଭ କରାଯାଇଥିବା ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ‘ଜନ ଧନ ଯୋଜନା’ ୮ ବର୍ଷ ପୂରଣ କରିଛି। ୨୦୧୪ର ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ବିଷୟରେ ଘୋଷଣା କରିଥିଲେ। ୨୦୨୨ ଅଗଷ୍ଟ ୧୦ ତାରିଖ ସୁଦ୍ଧା ଜନ ଧନ ଖାତା ସଂଖ୍ୟା ୪୬.୨୫ କୋଟିରେ ପହଞ୍ଚିଛି ଓ ମୋଟ ଜମା ରାଶି ପରିମାଣ ୧୭୩,୯୫୪ କୋଟି ଟଙ୍କା ରହିଛି। ମୋଟ ଖାତା ମଧ୍ୟରୁ ୪୬.୨୫ ପ୍ରତିଶତ ମହିଳାଙ୍କ ନାମରେ ଖୋଲାଯାଇଥିବା ବେଳେ ୬୬.୭୯ ପ୍ରତିଶତ ଖାତାକୁ ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ଖୋଲାଯାଇଛି। ଜନ ଧନ ଖାତାରେ ହାରାହାରି ଜମା ରାଶି ପରିମାଣ ହେଉଛି ୩,୭୬୧ ଟଙ୍କା।
ଜନ ଧନ ସ୍କିମ୍
ଖାତା ସଂଖ୍ୟା ୪୨.୨୩ କୋଟି
ଜମା ରାଶି ୧,୭୩,୯୫୪ କୋଟି ଟଙ୍କା
ସକ୍ରିୟ ଖାତା ୩୭.୫୭%
ନିସ୍କ୍ରିୟ ଖାତା ୬୨.୪୩%
ଶୂନ ବାଲାନ୍ସ ଖାତା ୮.୨%
ମହିଳାଙ୍କ ଖାତା ସଂଖ୍ୟା ୨୫.୭୧ କୋଟି
ଖାତା ପିଛା ହାରାହାରି ଜମା ୩,୭୬୧ କୋଟି
ଡିବିଟି ମିଳୁଥିବା ଖାତା ୫.୪ କୋଟିଏହି ସ୍କିମ୍ର ପ୍ରଥମ ବର୍ଷରେ ୧୭.୯୦ କୋଟି ଖାତା ଖୋଲାଯାଇଥିଲା। ଏହା ପରେ ସେଥିରେ ତିନି ଗୁଣା ବୃଦ୍ଧି ହୋଇଛି। ମୋଟ ଜନ ଧନ ଖାତା ମଧ୍ୟରୁ ୩୭.୫୭ ପ୍ରତିଶତ ସକ୍ରିୟ ରହିଛି। ରିଜର୍ଭ ବ୍ୟାଙ୍କ ଗାଇଡ୍ଲାଇନ୍ ଅନୁସାରେ ଯେଉଁ ଖାତାରେ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି କାରବାର ହେବନାହିଁ ତାହାକୁ ନିସ୍କ୍ରିୟ ବିଚାର କରାଯାଉଛି। ୮.୨ ପ୍ରତିଶତ ଜନ ଧନ ଖାତାରେ କୌଣସି ବାଲାନ୍ସ ନାହିଁ। ୫.୪ କୋଟି ଜନ ଧନ ଖାତାରେ ହିତାଧିକାରୀମାନେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ରାଶି ପାଉଛନ୍ତି। ଜନ ଧନ ଖାତା ଖୋଲିଥିବା ଗ୍ରାହକମାନଙ୍କୁ ଅଣୁ ବୀମା ସ୍କିମ୍ ଯଥା ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି।