ଜନତା କର୍ଫ୍ୟୁ: ରବିବାର ଦିନ ୩, ୭୦୦ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନତା କର୍ଫ୍ୟୁ’ ଡାକରା ଦେଇଥିବା ବେଳେ ଭାରତୀୟ ରେଳବାଇ ସେଦିନ ପାଇଁ ୩, ୭୦୦ ପାସେଞ୍ଜର୍ ଟ୍ରେନ୍ ଏବଂ ଦୂରଗାମୀ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରିଛି।

ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ବୋର୍ଡ ତରଫରୁ ଦିଆଯାଇଥିବା ବିଜ୍ଞପ୍ତି ଅନୁସାରେ, ଶନିବାର/ରବିବାର ମଧ୍ୟରାତ୍ରୀରୁ ରବିବାର ରାତି ୧୦ଟାଯାଏଁ ଦେଶର କୌଣସି ରେଳ ଷ୍ଟେସନରୁ କୌଣସି ପାସେଞ୍ଜର୍ କିଂବା ଏକ୍ସପ୍ରେସ୍ ଟ୍ରେନ୍ ଛାଡ଼ିବ ନାହିଁ।

Image Source: Telengana Today

ଏହାଛଡ଼ା ମୁମ୍ବାଇ, ଦିଲ୍ଲୀ, କୋଲ୍‌କାତା, ଚେନ୍ନାଇ ଏବଂ ସିକନ୍ଦରାବାଦର ସବ୍‌ଅର୍ବାନ୍ ରେଳସେବା ହ୍ରାସ କରାଯିବ। କେବଳ ଜରୁରୀ ଯାତ୍ରୀଙ୍କ ଲାଗି ସର୍ବନିମ୍ନ ସଂଖ୍ୟାରେ ଟ୍ରେନ୍ ଚଳାଚଳ କରିବ। ରବିବାର ଦିନ କେତେ ସଂଖ୍ୟକ ଟ୍ରେନ୍ ଚଳାଚଳ କରିବ ତାହା ସ୍ଥିର କରିବାକୁ ସମ୍ପୃକ୍ତ ଜୋନକୁ କ୍ଷମତା ଦିଆଯାଇଛି।

ରବିବାର ଦିନ ୧୪ ଘଣ୍ଟା ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜନସାଧାରଣଙ୍କୁ ନିବଦେନ କରିଛନ୍ତି। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ୧୪ ଘଣ୍ଟା ସମୟକୁ ସେ ‘ଜନତା କର୍ଫ୍ୟୁ’ ବୋଲି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ସେଦିନ ରେଳଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର