ଜନତାଙ୍କ ରିହର୍ସାଲ: ଥାଳି-ତାଳି ଶବ୍ଦରେ ସାହି, ଗଳି କମ୍ପିଲା

ଲକ୍ଷ୍ନୌ: ଦେଶରେ କରୋନା ଭାଇରସ୍‌ ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ମାର୍ଚ୍ଚରେ ଲୋକଙ୍କୁ ଝରକା, କବାଟ, ବାଲ୍‌କୋନି ନିକଟରେ ଛିଡ଼ା ହୋଇ ୫ ମିନିଟ୍‌ ପର୍ଯ୍ୟନ୍ତ ତାଳି, ଥାଳି କିମ୍ବା ଘଣ୍ଟ ବଜାଇ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇବାକୁ କହିଛନ୍ତି। ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ କର୍ମୀ, ମିଡିଆ କର୍ମୀ, ସଫେଇ କର୍ମୀ, ହୋମ ଡେଲିଭରି କରୁଥିବା ଲୋକେ ଏଭଳି ପରିସ୍ଥିତିରେ ସେମାନଙ୍କ କାମ ଅହରହ ଜାରି ରଖିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ସ୍ବରୂପ ତାଳି, ଥାଳି ବଜାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ଦେଶବ୍ୟାପୀ ବିଭିନ୍ନ ସହରରେ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଛି ଏବଂ ଆଜିଠାରୁ ଥାଳି-ତାଳି ଶବ୍ଦରେ ସାହି, ଗଳି କମ୍ପି ଉଠୁଛି,। ଆଗ୍ରା, ଲକ୍ଷ୍ନୌ, ବାରଣାସୀ, ବେଙ୍ଗାଲୁରୁ, ଭୋପାଳ, ଇନ୍ଦୋର, ଜୟପୁର ଏବଂ ଦିଲ୍ଲୀରେ ଲୋକେ ଥାଳି-ତାଳି ବଜାଇ ରିହର୍ସଲ କରିଛନ୍ତି।

ସମ୍ବନ୍ଧିତ ଖବର