ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଫିଲ୍ମ ମୈଦାନର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା । ଏଥିରେ ଯୋଗଦେବାକୁ ବହୁ ସେଲିବ୍ରିଟି ପହଞ୍ଚିଥିଲେ। ଏଥିରେ ବୋନିଙ୍କ ଝିଅ ଜାହ୍ନବୀ ଏବଂ ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଜାହ୍ନବୀ ଗ୍ଲାମରସ୍ ଲୁକ୍ରେ ପହଞ୍ଚିଥିଲେ। ସେ ପ୍ରଥମେ ସୋଲୋ ଫଟୋ ଉଠାଇଥିଲେ। ଏହା ପରେ, ବାପା ବୋନି ଏବଂ ପରେ ଭାଇ ଅର୍ଜୁନଙ୍କ ସହିତ ଫଟୋ ଉଠାଇଥିଲେ ।
ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ହେଉଛି ଜାହ୍ନବୀଙ୍କ ପେଣ୍ଡାଣ୍ଟ୍। ଜାହ୍ନବୀ ଏକ ଧଳା ସୁଟ୍ ପିନ୍ଧିଥିଲେ। ଏହା ସହିତ ସେ ଏକ ପେଣ୍ଡାଣ୍ଟ୍ ପିନ୍ଧିଥିଲେ ଯେଉଁଥିରେ ଶିଖୁ ଲେଖାଯାଇଥିଲା। ଖବର ଅନୁଯାୟୀ, ଶିଖୁ ହେଉଛି ଶେଖର ପହରିଆଙ୍କ ଡାକନାମ। ସମସ୍ତେ ଜାଣନ୍ତି ଯେ ଶେଖର ହେଉଛନ୍ତି ଜାହ୍ନବୀଙ୍କ ବୟଫ୍ରେଣ୍ଡ୍।
ଜାହ୍ନବୀଙ୍କ ଏହି ପେଣ୍ଡାଣ୍ଟ୍କୁ ଦେଖି ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ଅନେକ ମନ୍ତବ୍ୟ ଆସୁଛି। ଜଣେ ମନ୍ତବ୍ୟ ଦେଇଛନ୍ତି ଜାହ୍ନବୀ ଶେଖରଙ୍କ ପ୍ରତି ସିରିୟସ୍ ଥିବା ଜଣାପଡୁଛି। ଅନ୍ୟ ଜଣେ ଲେଖିଛନ୍ତି ଉଭୟ ପରସ୍ପର ପ୍ରତି ସିରିୟସ୍ ଅଛନ୍ତି।
କିଛି ଦିନ ପୂର୍ବରୁ ବୋନି ଏକ ସାକ୍ଷାତକାର ସମୟରେ କହିଥିଲେ ଯେ ସେ ଶିଖରଙ୍କୁ ବହୁତ ପସନ୍ଦ କରନ୍ତି। ସେ ଶିଖରଙ୍କୁ ବହୁତ ପ୍ରଶଂସା କରିବା ସହ କହିଥିଲେ ଯେ ଜାହ୍ନବୀ ଏବଂ ଶିଖର ପରସ୍ପରକୁ ଡେଟ କରୁ ନ ଥିବା ସମୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିଲା। ବୋନି କହିଥିଲେ ଉଭୟ ପରସ୍ପର ପାଇଁ ଉପଯୁକ୍ତ ଏବଂ କପୁର ପରିବାର କୃତଜ୍ଞ ଶିଖର ସେମାନଙ୍କ ଜୀବନ ସହ ଜଡିତ ହୋଇଛନ୍ତି। ସେ କହିଥିଲେ, 'ମୁଁ ଶିଖରଙ୍କୁ ବହୁତ ଭଲ ପାଏ।
କିଛି ବର୍ଷ ପୂର୍ବେ, ଯେତେବେଳେ ଜାହ୍ନବୀ ତାଙ୍କୁ ଡେଟ୍ କରୁ ନ ଥିଲେ, ମୋର ତାଙ୍କ ସହିତ ଭଲ ବଣ୍ଡିଂ ମଧ୍ୟ ଥିଲା। ମୁଁ ଜାଣେ ସେ କଦାପି ଜଣେ ଏକ୍ସ ହୋଇପାରିବେ ନାହିଁ। ମୋ ପାଇଁ କିମ୍ବା ଜାହ୍ନବୀ ଅବା ଅର୍ଜୁନଙ୍କ ପାଇଁ ସେ ସବୁବେଳେ ଆମ ସହିତ ଅଛନ୍ତି। ସେ ସମସ୍ତଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ।