ଦୁଷ୍କର୍ମ ଓ ରୋଗ ରୋକିବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରତି ୭୦ ଜଣ ସୈନିକଙ୍କ ଲାଗି ଜଣେ ଯୌନଦାସୀ ଯୋଗାଇ ଥିଲା ଜାପାନ

ଟୋକିଓ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରତି ୭୦ ଜଣ ସୈନିକଙ୍କ ଲାଗି ଜଣେ ଯୌନଦାସୀ ଯୋଗାଇ ଦେବାକୁ ସରକାରଙ୍କୁ କହିଥିଲା ଜାପାନ ସେନାବାହିନୀ। ଐତିହାସିକ ନଥିପତ୍ର ସମୀକ୍ଷା କରି ଏ କଥା ପ୍ରକାଶ କରିଛି ‘କିଓଡୋ ନିଉଜ୍‌’। ଏହି ବ୍ୟବସ୍ଥା ତଥାକଥିତ ‘କମ୍ଫର୍ଟ ଉଇମିନ୍‌’ ପ୍ରଣାଳୀରେ ଦେଶର ଭୂମିକା ଉପରେ ଆଲୋକପାତ କରୁଥିଲା।

ଏହି ଯୌନଦାସୀ ମାମଲା ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଯନ୍ତ୍ରଣାଦାୟକ ବିବାଦର ମୂଳ କାରଣ ହୋଇଥିଲା।

ଏହି ମହିଳାମାନଙ୍କୁ କୋରିଆ, ତାଇଓ୍ଵାନ୍‌, ଅଷ୍ଟ୍ରେଲିଆ, ଫିଲିପ୍ପିନ୍‌ସ୍‌ ଏବଂ ଜାପାନରୁ ଯୋଗାଡ଼ କରାଯାଉଥିଲା। କିଓଡୋ ରିପୋର୍ଟରେ ଉଲ୍ଲେଖ ଅଛି ଯେ ଜାପାନ ଆକ୍ରମଣ ଯୋଗୁଁ ଜିନାନ ଅଞ୍ଚଳରେ ବେଶ୍ୟାବୃତ୍ତି ବୃଦ୍ଧି ପାଇଥିଲା। ସେମାନେ ଜାପାନର ଗେସିଆରୁ ୧୦୧ ଜଣ, ଜାପାନରୁ ୧୧୦ ଜଣ ଏବଂ କୋରିଆରୁ ୨୨୮ ଜଣ ଯୌନଦାସୀ ଆଣିଥିଲେ।

Image Source: The Washington Post

ଏପ୍ରିଲ୍‌ ମାସ ଶେଷ ବେଳକୁ ଜାପାନି ସୈନିକମାନଙ୍କ ପାଇଁ ଅନ୍ୟୂନ ୫୦୦ ଯୌନଦାସୀ ସମବେତ କରାଯାଇଥିବ ବୋଲି ରିପୋର୍ଟ କହୁଛି। ‘ଗେସିଆ’ ବୋଲି ଉଲ୍ଲେଖ ଥିବା ଯୌନଦାସୀମାନେ ଆପଣାଛାଏଁ ଆସିଥିବା କଥା ଅନୁମାନ କରାଯାଉଛି।

ଐତିହାସିକମାନଙ୍କ ମତରେ ରୋଗ ବ୍ୟାପିବାକୁ ରୋକିବା ଏବଂ ସୈନିକମାନଙ୍କ ମଧ୍ୟର ଦୁଷ୍କର୍ମ ରୋକିବା ପାଇଁ ହଜାର ହଜାର ଯୌନଦାସୀଙ୍କୁ ଅଣାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.