ଭାରତ ଆସିବାକୁ ଥିବା ବୁଲେଟ୍ ଟ୍ରେନର ଟ୍ରାଏଲ ରନ୍

ପ୍ରଥମ ଥର ପାଇଁ, ଭାରତରେ ହାଇ-ସ୍ପିଡ୍ ବୁଲେଟ୍ ଟ୍ରେନ୍ ସେବା ପ୍ରଚଳନ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭାରତରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଟ୍ରାଏଲ ରନ ଜାପାନରେ ଆରମ୍ଭ ହୋଇଛି ।

trial

ଟୋକିଓ: ହାଇ-ସ୍ପିଡ୍ ବୁଲେଟ୍ ଟ୍ରେନ୍ ସେବା ପ୍ରଚଳନ ଦିଗରେ ଭାରତ ଆଉ ଏକ ପାଦ ଆଗେଇଛି । ଭାରତରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଟ୍ରାଏଲ ରନ ଜାପାନରେ ଆରମ୍ଭ ହୋଇଛି । 

 ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଚାଲୁଥିବା ବୁଲେଟ୍ ଟ୍ରେନ୍ ର ପରୀକ୍ଷଣ ଜାପାନରେ ଆରମ୍ଭ ହୋଇଛି। ଜାପାନ ଏକ ରଣନୈତିକ ସହଭାଗୀତା ଅଧୀନରେ ଭାରତକୁ ଦୁଇଟି ଶିଙ୍କାନସେନ୍ ଟ୍ରେନ୍ ସେଟ୍ ଇ୫ ଏବଂ ଇ୩ ସିରିଜ୍ ଉପହାର ଦେବ, ଯାହା ୨୦୨୬ ଆରମ୍ଭରେ ପ୍ରଦାନ କରାଯିବ। ଏହି ଟ୍ରେନ୍ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଚାଲିବାକୁ ସକ୍ଷମ। ଭାରତରେ ପହଞ୍ଚିବା ପରେ, ଏହି ଟ୍ରେନ୍ ଗୁଡ଼ିକୁ ଦେଶର ଭୌଗୋଳିକ ଏବଂ ଜଳବାୟୁ ପରିସ୍ଥିତି ଅନୁସାରେ ଭଲଭାବରେ ପରୀକ୍ଷଣ କରିବାକୁ ପଡିବ।

ନ୍ୟାସନାଲ୍ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନଏଚଏସଆରସିଏଲ) ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଲମ୍ବା ହାଇ-ସ୍ପିଡ୍ ରେଳ ଲାଇନ ନିର୍ମାଣ କରୁଛି। ଏହି ରୁଟର ୩୫୨ କିଲୋମିଟର ଗୁଜୁରାଟର ନଅଟି ଜିଲ୍ଲା ଦେଇ ଯିବ ଏବଂ ଅବଶିଷ୍ଟ ଅଂଶ ମହାରାଷ୍ଟ୍ରର ତିନୋଟି ଜିଲ୍ଲା ଦେଇ ଯିବ। ଏହି ବୁଲେଟ୍ ଟ୍ରେନ ଚାଲିବା ପରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ମାତ୍ର ୨ ଘଣ୍ଟା ୭ ମିନିଟ୍ ଲାଗିବ ।

ସୂଚନାଯୋଗ୍ୟ ଯେ, ନ୍ୟାସନାଲ୍ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନଏଚଏସଆରସିଏଲ) ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଲମ୍ବା ହାଇ-ସ୍ପିଡ୍ ରେଳ ଲାଇନ ନିର୍ମାଣ କରୁଛି। ଏହି ରୁଟର ୩୫୨ କିଲୋମିଟର ଗୁଜୁରାଟର ନଅଟି ଜିଲ୍ଲା ଦେଇ ଯିବ ଏବଂ ଅବଶିଷ୍ଟ ଅଂଶ ମହାରାଷ୍ଟ୍ରର ତିନୋଟି ଜିଲ୍ଲା ଦେଇ ଯିବ। ଏହି ବୁଲେଟ୍ ଟ୍ରେନ ଚାଲିବା ପରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ମାତ୍ର ୨ ଘଣ୍ଟା ୭ ମିନିଟ୍ ଲାଗିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe