ବସଷ୍ଟପରେ ୧୩ ଶିଶୁଙ୍କ ସମେତ ୨୨ ଜଣ ଲୋକଙ୍କୁ ଛୁରାମାଡ଼ କଲା ସନ୍ଦିଗ୍ଧ , ୩ ମୃତ , ୧୯ ଗୁରୁତର , ଆକ୍ରମଣକାରୀ ଗିରଫ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଏବେ ଶୋକର ଛାୟା ଖେଳିବା ସହ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଇଛି। ଏହାର କାରଣ ହେଉଛି ଯେ ଏଠାରେ ଜଣେ ସନ୍ଦିଗ୍ଧ ମଙ୍ଗଳବାର ସକାଳେ ଏକ ବସ୍ ଷ୍ଟପରେ ବସକୁ ଅପେକ୍ଷା କରିଥିବା କିଛି ଲୋକଙ୍କ ଉପରକୁ ଅଚାନକ ଆକ୍ରମଣ କରିଥିଲା । ଏଥିରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଶିଶୁ ଏବଂ ୧୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଏନଏଚକେ ରାଷ୍ଟ୍ରୀୟ ଟେଲିଭିଜନର ଜଣେ ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ କାବାସାକି ନାମକ ସହରର ଏକ ବସ୍ ଷ୍ଟପରେ ଜନଗହଳି ଭିତରେ କେହି କିଛି ଭାବିବା ପୂର୍ବରୁ ଜଣେ ସନ୍ଦିଗ୍ଧ ଛୁରିରେ ଆକ୍ରମଣ କରିଥିଲେ ।ରିପୋର୍ଟ ଅନୁସାରେ ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ତେବେ ଜଣେ ଶିଶୁ ଏବଂ ଦୁଇଜଣ ବୟସ୍କ ଲୋକଙ୍କ ମୃତ୍ୟୁ ଘଟିଥିବା ପୁଲିସ ରିପୋର୍ଟରୁ ଜଣାପଡିଛି । କାବାସାକିରେ ପୁଲିସ ଅବଶ୍ୟ ଆକ୍ରମଣକାରୀକୁ ଗିରଫ କରିଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରୁ ଆକ୍ରମଣକାରୀର ଦୁଇଟି ଛୁରି ମଧ୍ୟ ଜବତ କରିଛି ।

ସମ୍ବନ୍ଧିତ ଖବର