ଟୋକିଓ: ଜାପାନରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଟୋକିଓ, ସୈତାମା, ଚିବା, କାନାଗାମା, ଓସାକା ଏବଂ ଓକିନାୱାରାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଟୋକିଓରେ ଅଲିମ୍ପିକ୍ସ ଚାଲିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ କ୍ରୀଡାବିତ୍ ଏକାଠି ହୋଇଛନ୍ତି । ପୂର୍ବରୁ ଟୋକିଓରେ ସଂକ୍ରମଣ କମ ଥିବା ବେଳେ ଏବେ ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ ସେଠାରେ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି |

Advertisment

Japan extends COVID emergency in Tokyo, PM Suga says Olympics still going  ahead | Reuters Reuters

ଟୋକିଓ ଏବଂ ଓକିନାୱାରାରେ ଦୁଇ ଦିନ ଭିତରେ ୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଟୋକିଓ ଅଲିମ୍ପିକ୍ସରୁ ଆଉ ୨୧ ଜଣ ପଜିଟିଭ୍ ହୋଇଛନ୍ତି । ଅଲିମ୍ପିକ୍ସ ପାଇଁ ଜାପାନରେ କରୋନା ସଂକ୍ରମଣ ବଢୁଥିବା କୁହାଯାଉଛି । ଏହା ସଂକ୍ରମଣ ବଢ଼ୁଥିବାରୁ ଅଲିମ୍ପିକ୍ସକୁ ବନ୍ଦ କରିବା ପାଇଁ ମଧ୍ୟ ଟୋକିଅବାସୀ ଦାବି କରିବା ଆରମ୍ଭ କଲେଣି |