ନୂଆଦିଲ୍ଲୀ: ଭାରତରେ ସରକାରୀ କର୍ମଚାରୀଙ୍କ  ଅଫିସ ଯିବା ଆସିବା ସମୟକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ। ଏହାପରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। ଶୀଘ୍ର ଘରକୁ ଚାଲିଗଲେ ବି ଅନେକ ସମୟରେ ଏହାକୁ ନେଇ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥାଏ। କିନ୍ତୁ ଏସବୁକୁ ନେଇ ଜାପାନରେ ଅଲଗା ନିୟମ ରହିଛି। ଏଠାରେ ସରକାରୀ କର୍ମଚାରୀ ଦୁଇମିନିଟ ପୂର୍ବରୁ ଅଫିସ ଛାଡ଼ିଲେ ସେମାନଙ୍କ ଦରମା କଟି ଯାଇଥାଏ। ରିପୋର୍ଟ ମୁତାବକ ୨୦୧୯ ଜାନୁଆରିରୁ ୨୦୨୧ ମଧ୍ୟରେ ୩୧୬ଥର କର୍ମଚାରୀ ଅଫିସ ଦୁଇମିନିଟ ପୂର୍ବରୁ ଛାଡ଼ିଥିବା ରିପୋର୍ଟ ରହିଛି।

Advertisment

ଜାପାନର ଚିବା ପ୍ରାନ୍ତରେ ଫୁନାବାସୀ ସିଟି ବୋର୍ଡ ଅଫ ଏଜୁକେସନ ସେହି କର୍ମଚାରୀଙ୍କ ଦରମା କାଟି ଦେଇଛି ଯେଉଁମାନେ ଅଫିସ ଦୁଇ ମିନିଟ ପୂର୍ବରୁ ଛାଡ଼ିଥିଲେ। ଏମିତି କି କିଛି କର୍ମଚାରୀ ଆଟାଣ୍ଡାନ୍ସ କାର୍ଡରେ ଭୁଲ ଟାଇମ ଲେଖିଥିଲେ। ଏହା ସେମାନେ ଏଥିପାଇଁ କରିଥିଲେ କି ଶୀଘ୍ର ଯେମିତି ଅଫିସରୁ ବାହାରି ପାରିବେ। ଅଫିସରୁ ଶୀଘ୍ର ବାହାରିବାକୁ ନେଇ ଏଜୁକେସନ ବୋର୍ଡ ଲାଇଫଲଙ୍ଗ ଲର୍ଣ୍ଣିଂ ଡିପାର୍ଟମେଣ୍ଟର ୫୯ବର୍ଷୀୟ ଆସିଷ୍ଟାଣ୍ଟ ସେକସନ ଚିଫଙ୍କ  ତିନିମାସର ଦରମାରୁ ୧୦ ପ୍ରତିଶତ କାଟିବାକୁ ନିର୍ଦେଶ ଦିଆଯାଇଛି।

ସେହିପରି ଅନ୍ୟ ଜଣେ ମହିଳାଙ୍କୁ ବି ଜରିମାନା ଭରିବାକୁ ନିର୍ଦେଶ ଦିଆଯାଇଛି। କାରଣ ଏହି ମହିଳା ଜଣକ ସନ୍ଧ୍ୟା ୫.୧୭ରେ ବସ ଧରିବା ପାଇଁ ଅଫିସରୁ ୫.୧୫ରେ ବାହାରି ଯାଇଥିଲେ। କିନ୍ତୁ ତାଙ୍କ ଲଗ ଆଉଟ ଟାଇମ ୫.୧୭ ଥିଲା।

ଜାପାନରେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ୨୦୧୮ରେ ଜଳ ଯୋଗାଣ ବିଭାଗର ଜଣେ କର୍ମଚାରୀଙ୍କୁ ତିନି ମିନିଟ ପୂର୍ବରୁ କାମ କରୁଥିବା ସ୍ଥାନ ଛାଡ଼ି ଯାଇଥିବାକୁ ନେଇ ଦଣ୍ଡ ଶୁଣା ଯାଇଥିଲା। ସେ ଲଞ୍ଚ ଟାଇମ ପାଇଁ ସ୍ଥିର ହୋଇଥିବା ସମୟରୁ ୩ମିନିଟ ପୂର୍ବରୁ ସ୍ଥାନ ଛାଡ଼ି ଦେଇଥିଲେ।