ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ହିରୋସିମାରେ ଜି-୭ ସମ୍ମିଳନୀ ଅନୁଷ୍ଠିତ ହେବ। ଜି-୭ ସମ୍ମିଳନୀ ପାଇଁ ଜାପାନ ଭାରତକୁ ଆମନ୍ତ୍ରଣ କରିଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଏହି ସମ୍ମିଳନୀକୁ ଭାରତ ସମେତ ମୋଟ୍ ୮ଟି ଅତିଥି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି। ଚୀନ୍ର ବେପରୁଆ ନୀତି ଏବଂ ୟୁକ୍ରେନରେ ରୁଷ୍ର ଆକ୍ରମଣ ବିରୋଧରେ ମୁକାବିଲା କରିବାପାଇଁ ରାଷ୍ଟ୍ରଗୁଡ଼ିକର ମିଳିତ ପ୍ରୟାସ ନିର୍ଣ୍ଣାୟକ ହେବ ବୋଲି କିସିଡ଼ା ଆଶା ପ୍ରକଟ କରିଛନ୍ତି। ପରମାଣୁ ମୁକ୍ତ ବିଶ୍ବ ଦିଗରେ କାମ କରିବାପାଇଁ ସେ ମଧ୍ୟ ଆମେରିକା ଏବଂ ଅନ୍ୟ ବିକାଶଶୀଳ ରାଷ୍ଟ୍ର ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହିଛନ୍ତି। ଜି-୭କୁ ଆମନ୍ତ୍ରିତ ହୋଇଥିବା ୮ଟି ଅତିଥି ରାଷ୍ଟ୍ରଙ୍କର ଚୀନ୍ ଏବଂ ରୁଷ୍ ସହ ରାଜନୈତିକ ଏବଂ ଅର୍ଥନୈତିକ ସମ୍ପର୍କ ରହିଛି। କିସିଡ଼ା କହିଛନ୍ତି, ତାଙ୍କ ଅତିଥି ରାଷ୍ଟ୍ର ତାଲିକା ‘ଗ୍ଲୋବାଲ୍ ସାଉଥ କଣ୍ଟ୍ରିଜ୍’ର ଗୁରୁତ୍ବକୁ ପ୍ରତିଫଳିତ କରୁଛି। ଏସିଆ, ଆଫ୍ରିକା ଏବଂ ଲାଟିନ ଆମେରିକାରେ ବିକାଶଶୀଳ ରାଷ୍ଟ୍ର ପାଇଁ ଏହି ଶବ୍ଦ ବ୍ୟବହାର କରାଯାଏ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp