ନୂଆଦିଲ୍ଲୀ: ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲାଗି ଆଜି ସକାଳେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।
‘ଜି୨୦’ରେ ଭାରତର ଅଧ୍ୟକ୍ଷତା ଏବଂ ‘ଜି୭’ରେ ଜାପାନର ଅଧ୍ୟକ୍ଷତାର ଗୁରୁତ୍ବ ପ୍ରସଙ୍ଗରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆଲୋଚନା କରିବେ।
ଏହଛଡ଼ା, ଗସ୍ତ ସମୟରେ ଜାପାନୀ ପ୍ରଧାନମନ୍ତ୍ରୀ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ତାଙ୍କ ଯୋଜନା କଥା କହିପାରନ୍ତି। ସେ ଅଞ୍ଚଳରେ ବୃଦ୍ଧି ପାଉଥିବା ଭାରତର ଉଲ୍ଲେଖନୀୟ ଭୂମିକା ଉପରେ ବି କିଶିଦା ଗୁରୁତ୍ବାରୋପ କରିବେ ବୋଲି ଆଶା କରାଯାଉଛି।
Image Courtesy of NDTVଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନାର ସାମରିକ ପ୍ରାଧାନ୍ୟ ବୃଦ୍ଧି ସଂକ୍ରାନ୍ତରେ ଦୁଇ ନେତା ବ୍ୟାପକ ଆଲୋଚନା କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
୨୭ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଥିବା ଜାପାନୀ ପ୍ରଧାନମନ୍ତ୍ରୀ କିଶିଦା ଆଜି ଅପରାହ୍ଣରେ ଏକ ଅଗ୍ରଣୀ ବୁଦ୍ଧିଜୀବୀ ସଙ୍ଗଠନରେ ଉଦ୍ବୋଧନ ଦେବା ବେଳେ ତାଙ୍କର ‘ଫ୍ରି ଆଣ୍ଡ୍ ଓପେନ୍ ଇଣ୍ଡୋ-ପାସିଫିକ୍ ପ୍ଲାନ୍ ଫର୍ ପିସ୍’ ଉନ୍ମୋଚନ କରିବେ ବୋଲି ଆଶା କରାଯାଉଛି।
ଗତବର୍ଷ ଜୁନ୍ ମାସରେ ସିଙ୍ଗାପୁରରେ ସମ୍ମାନଜନକ ‘ଶାଙ୍ଗ୍ରି-ଲା ଡାଇଲଗ୍’ରେ ପ୍ରଧାନମନ୍ତ୍ରୀ କିଶିଦା କହିଥିଲେ ଯେ, ଆସନ୍ତା ବସନ୍ତଋତୁରେ ସେ ‘ଇଣ୍ଡୋ-ପାସିଫିକ୍’ ନିମନ୍ତେ ଯୋଜନା ଉପସ୍ଥାପନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/kishida.jpg)