ଭାରତ ଗସ୍ତ ବାତିଲ କରି ପାରନ୍ତି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଟୋକିଓ: ରବିବାର ଦିନ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ଭାରତ ଗସ୍ତକୁ ବାତିଲ କରିବାକୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ବିଚାର କରୁଥିବା କଥା ଜାପାନୀ ଗଣମାଧ୍ୟମ ଜିଜି ପ୍ରେସ୍‌ କହିଛି।

ଗୌହାଟିକୁ ଆବେ ଓ ମୋଦୀଙ୍କ ଶିଖର ବୈଠକସ୍ଥଳ ଭାବେ ସ୍ଥିର କରାଯାଇଥିଲା, କିନ୍ତୁ ନାଗରିକତା ସଂଶୋଧନ ବିଧେୟକ ଘଟଣାକୁ କେନ୍ଦ୍ର କରି ସେଠାରେ ପ୍ରତିବାଦ ଉଗ୍ର ରୂପ ଧାରଣ କରିଛି।

ଏହି ଶିଖର ବୈଠକ ଦୁଇ ନେତାଙ୍କ ମଧ୍ୟରେ ୧୬ତମ ବୈଠକ ହୋଇଥାଆନ୍ତା।

Image Source: NDTV

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ ଡିସେମ୍ବର ୧୫-୧୭ ମଧ୍ୟରେ ଗୌହାଟି ଠାରେ ହେବାକୁ ଥିବା ଭାରତ-ଜାପାନ ବାର୍ଷିକ ଶିଖର ବୈଠକ ଲାଗି ସରକାର ଅଗ୍ରସର ହେବେ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଗଣମାଧ୍ୟମକୁ କହିଛନ୍ତି: ଆପଣମାନଙ୍କୁ ଜଣାଇବାକୁ ଆମ ନିକଟରେ କୌଣସି ସଦ୍ୟ ସୂଚନା ନାହିଁ।

ଅନ୍ୟାନ୍ୟ ଜାପାନୀ ଗଣମାଧ୍ୟଗୁଡ଼ିକର ରିପୋର୍ଟ ଅନୁସାରେ, ଆବେ ଭାରତ ଗସ୍ତ ବାତିଲ କରିଛନ୍ତି ଏବଂ ଏ ବିଷୟରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର