ଟୋକିଓ: ନିର୍ଦ୍ଧାରିତ ସମୟର ୨୦ ସେକେଣ୍ଡ୍ ପୂର୍ବରୁ ରେଳ ଗାଡ଼ି ଛାଡ଼ି ଦେବା ଭଳି ‘ଭୀଷଣ ବିଭ୍ରାଟ’ ଘଟାଇଥିବା କାରଣରୁ ଏକ ଜାପାନୀ ରେଳବାଇ ଅପରେଟର୍ ଗଭୀର କ୍ଷମା ଯାଚନା କରିଥିବା ବିଷୟ ସମୟାନୁବର୍ତ୍ତିତା ଏବଂ ଭଦ୍ରମି ପାଇଁ ଖ୍ୟାତ ସେ ଦେଶକୁ ଆଚମ୍ବିତ କରି ପକାଇଛି।
ଟୋକିଓ ଏବଂ ରାଜଧାନୀର ଉତ୍ତର ଉପନଗରୀଗୁଡ଼ିକୁ ସଂଯୋଗ କରୁଥିବା ‘ସୁକୁବା ଏକ୍ସପ୍ରେସ୍’ ୯: ୪୪: ୪୦ ପରିବର୍ତ୍ତେ ୯: ୪୪: ୨୦ରେ ମିନାମି ନାଗାରେୟାମା ଷ୍ଟେସନ୍ ଛାଡ଼ିଥିଲା।
‘ସୁକୁବା ଏକ୍ସପ୍ରେସ୍’ ଏକ୍ସପ୍ରେସ୍ କମ୍ପାନି କହିଛି: ଗ୍ରାହକମାନଙ୍କୁ ଖୁବ୍ ହଇରାଣ କରିଥିବାରୁ ଆମେ ଗଭୀର କ୍ଷମା ଯାଚନା କରୁଛୁ।
ଏହି ଘଟନା ସମ୍ପର୍କରେ ଗ୍ରାହକମାନଙ୍କ ତରୁଫରୁ କୌଣସି ଆପତ୍ତି ଉଠିନାହିଁ। ଆଗତୁରା ଟ୍ରେନ୍ ଛାଡ଼ି ଦେବାରୁ କୌଣସି ଯାତ୍ରୀ ଗାଡ଼ି ଫେଲ୍ ହୋଇ ନାହାନ୍ତି ବୋଲି ସେ ସଂସ୍ଥାନ କହିଛି।
Image Courtesy of The Financial Expressସିନ୍କାନ୍ସେନ୍ ବୁଲେଟ୍ ଟ୍ରେନ୍ ସମେତ ଜାପାନୀ ରେଳବାଇ ସେବା ବିଶ୍ୱ-ନିନ୍ଦିତ ସମୟାନୁବର୍ତ୍ତିତା ନିମନ୍ତେ ପ୍ରସିଦ୍ଧ। ଏଥିରେ ରେଫେ ବିଳମ୍ବ ହେଲେ ଟ୍ରେନ୍ ଗାର୍ଡ କ୍ଷମା ପ୍ରାର୍ଥନା କରନ୍ତି। ଟ୍ରେନ୍ ବିଳମ୍ବ ସମୟ ଅବଧି ଠାରୁ ମଧ୍ୟ ଏହି କ୍ଷମାଯାଚନା ସମୟ ଅବଧି ଅଧିକ ହୋଇଥାଏ।
ବହୁ ସଂଖ୍ୟକ ଯାତ୍ରୀଙ୍କୁ ବୋହି ନେବାକୁ ଅଳ୍ପ ମୁହୂର୍ତ୍ତ ବ୍ୟବଧାନରେ ସେହି ଏକା ପଥରେ ଅନେକ ଗାଡ଼ି ଯାତାୟାତ କରୁଥିବାରୁ ଦଣ୍ଡେ ମାତ୍ର ବିଳମ୍ବ ସମଗ୍ର ନେଟ୍ଓ୍ଵାର୍କରେ ମାତ୍ରାଧିକ ଜନଗହଳି ସୃଷ୍ଟି କରାଇ ପାରେ।
ଟ୍ରେନ୍ ଛାଡ଼ିବା ସମୟ ଜଣାଇବାକୁ ଏବଂ ଭିଡ଼ ସମୟରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ଟୋକିଓସ୍ଥିତ ଷ୍ଟେସନ୍ ସବୁ ପ୍ରସିଦ୍ଧ ଧଳା ଦସ୍ତାନା ପିନ୍ଧିଥିବା ଡଜନାଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥାଆନ୍ତି।
Image Courtesy of The Japan Timesଗ୍ରାହକ ସେବା ନିମନ୍ତେ ଜାପାନର ବୁଲେଟ୍ ଟ୍ରେନ୍ଗୁଡ଼ିକ ମଧ୍ୟ ପ୍ରସିଦ୍ଧି ଆଣିଛନ୍ତି। ସେଥିରୁ ଗୋଟିକରେ ଯାତ୍ରାଜନିତ କଷ୍ଟ ଲାଘବ ପାଇଁ ଯାତ୍ରୀମାନଙ୍କ ପଦପ୍ରକ୍ଷାଳନର ବ୍ୟବସ୍ଥା ମଧ୍ୟ ରଖାଯାଇଛି।
ସଂସ୍ଥାନ ତରଫରୁ କୁହାଯାଇଛି ଯେ ଏ କଥା ପ୍ରତି ଏତେ ଧ୍ୟାନ ଦିଆଯାଉଥିବା ଜାଣି ସେମାନେ ଆଚମ୍ବିତ। ନିର୍ଦ୍ଧାରିତ ସମୟ ପୂର୍ବରୁ ଛାଡ଼ି ଥିବା ଅନେକ ଟ୍ରେନ୍ ନିମନ୍ତେ ଆମେ ପୂର୍ବରୁ ଏ ଭଳି ଅନେକ କ୍ଷମା ଯାଚନା ଜାରି କରିଛୁ।
ନିରାପତ୍ତା ପ୍ରକ୍ରିୟା ଠିକ୍ ରୂପେ ଅନୁଶ୍ରୁତ ହୋଇ ନ ଥିବାରୁ କ୍ଷମା ଯାଚନା କରାଯାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି।
୨୦ ସେକେଣ୍ଡ୍ କଥା ନୁହେଁ... କଥା ହେଲା ପ୍ରକ୍ରିୟାଟି ହେଉଛି ଏମିତି: ଛାଡ଼ିବାର ୧୫ ସେକେଣ୍ଡ୍ ପୂର୍ବରୁ ଏକ ଧ୍ୱନି ବାଜିଥାଏ, ତା’ପରେ ଦୁଆର ବନ୍ଦ୍ କରାଯିବ ବୋଲି ସତର୍କ ସୂଚନା ଘୋଷଣା କରାଯାଏ ଏବଂ ତା’ପରେ ଦୁଆର ବନ୍ଦ ହୁଏ।
ଅସତର୍କ ପରିଚାଳନା ଭବିଷ୍ୟତରେ ନିରାପତ୍ତା ସମସ୍ୟାର କାରଣ ହୋଇ ପାରେ ବୋଲି ମୁଖପାତ୍ର ଜଣକ କହିଛନ୍ତି। ବେଳେ ବେଳେ ଯାତ୍ରୀମାନେ ଟ୍ରେନ୍ ଭିତରକୁ ଡେଇଁ ପଡ଼ନ୍ତି... ଘୋଷଣା ବିନା କବାଟ ବନ୍ଦ ହୋଇଗଲେ ସେମାନେ ଚାପି ହୋଇ ଯାଇ ପାରନ୍ତି।
Image Courtesy of SBSକିନ୍ତୁ ଏହି କ୍ଷମା ଯାଚନା କେତେଜଣ ସାମାଜିକ ଗଣମାଧ୍ୟମ ବ୍ୟବହାରକରୀଙ୍କୁ ଆବାକାବା କରି ପକାଇଛି।
ଏହା ଜାପାନୀମାନଙ୍କ ପାଇଁ ମଧ୍ୟ ଆଚମ୍ବିତ କଥା, ଜଣେ ଟୁଇଟର୍ ବ୍ୟବହାରକାରୀ କହିଛନ୍ତି।
ବିଚିତ୍ର ଦେଶ ଯେଉଁଠି ୨୦ ସେକେଣ୍ଡ୍ ପାର୍ଥକ୍ୟ ଗଭୀର କ୍ଷମା ଯାଚନା କରାଉଛି ସେଠାରେ ଆଲୁମିନିୟମ୍ ଏବଂ ଷ୍ଟିଲ୍ ଉତ୍ପାଦର କ୍ୱାଲିଟି ଡାଟା ଜାଲ୍ କରାଯାଉଛି କିବାଂ ସେମିତି କାର୍-ଚେକ୍ ଅପ୍ କରାଯାଉଛି ବୋଲି ଅନ୍ୟ ଜଣେ ଟୁଇଟ୍ କରିଛନ୍ତି।
ନିକଟରେ ଏ ଭଳି ଏକ ଅସୁବିଧା ନିସାନ୍ ଏବଂ ସୁବାରୁ କାର୍ କମ୍ପାନି ଓ କୋବେ ଷ୍ଟିଲ୍ରେ ହୋଇଥିବା କଥା ସମ୍ପୃକ୍ତ କମ୍ପାନିମାନେ ସ୍ୱୀକାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/japan-train.jpg)