ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ : ପ୍ରଧାନମନ୍ତ୍ରୀ କିସିଦା

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଛନ୍ତି ଯେ ଜାପାନ ଭାରତରେ ନିଜର ପୁଞ୍ଜି ନିବେଶକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ । ଆସନ୍ତା ୫ ବର୍ଷରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ବା ୫ ଲକ୍ଷ କୋଟି ଜାପାନୀ ୟେନ ଭାରତରେ ନିବେଶ କରାଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି ଭାରତରେ ପହଞ୍ଚିବା ପରେ କିସିଦା ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ ।  ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ପ୍ରଯୁକ୍ତିଗତ ସହଯୋଗ ବୃଦ୍ଧି ପାଇଁ ଦୁଇ ନେତା ରାଜି ହୋଇଥିଲେ । ଏହାଛଡ଼ା ସାଇବର ସିକ୍ୟୁରିଟି, କ୍ଷମତା ନିର୍ମାଣ, ସୂଚନା ଆଦାନ ପ୍ରଦାନ ଲାଗି ଉଭୟ ଦେଶ ରାଜି ହୋଇଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ବିକାଶ, ସହଯୋଗ ଓ ସମୃଦ୍ଧି ହେଉଛି ଭାରତ-ଜାପାନ ବନ୍ଧୁତ୍ବର ମୁଖ୍ୟ ଭିତ୍ତି ।

ସୂଚନାଯୋଗ୍ୟ ଯେ, ଉଭୟ ଭାରତ ଓ ଜାପାନ ହେଉଛନ୍ତି କ୍ବାଡ୍ ମେଣ୍ଟର ମହତ୍ତ୍ବପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର । ବିଶ୍ବରେ ଚୀନର ପ୍ରଭାବକୁ ରୋକିବାକୁ ଗଠିତ ଏହି ସଂଗଠନର ଅନ୍ୟ ଦୁଇ ଶକ୍ତିଶାଳୀ ସଦସ୍ୟ ଦେଶ ହେଲେ ଆମେରିକା ଓ ଅଷ୍ଟ୍ରେଲିଆ । କିଛି ଦିନ ତଳେ ଅନୁଷ୍ଠିତ କ୍ବାଡ ମେଣ୍ଟର ଏକ ବୈଠକରେ ମଧ୍ୟ ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର