ଟୋକିଓ: ଜାପାନ ସରକାର ମଡର୍ଣ୍ଣାର କୋଭିଡ୍‌-୧୯ ଟିକାର ବୁଷ୍ଟର କାର୍ଯ୍ୟକ୍ରମ ଲାଗି ଗୁରୁବାର ଅନୁମତି ପ୍ରଦାନ କରିଥିବା ବେଳେ ନୋଭାଭାକ୍ସ ଇଙ୍କ୍ ଦେଶରେ ଏହାର ଟିକା ପ୍ରଦାନ ଲାଗି ପ୍ରଥମ ଅନୁ ମୋଦନ ମାଗିଛି। ମଡର୍ଣ୍ଣାର ଏମ୍‌ଆର୍‌ଏନ୍‌ଏ-ଟାଇପ୍ ଟିକା ମୁଖ୍ୟତଃ ଜାପାନରେ କାର୍ଯ୍ୟକ୍ଷେତ୍ର ଟିକାକରଣ କେନ୍ଦ୍ରଗୁଡ଼ିକରେ ବ୍ୟବହୃତ ହୁଏ। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ ପରେ ଗୁରୁବାର ଜାପାନ ସରକାର ୧୮ରୁ ଊର୍ଦ୍ଧ୍ବ ବୟସ୍କମାନଙ୍କୁ ତୃତୀୟ ଡୋଜ୍ ଦେବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଅପରପକ୍ଷେ ନୋଭାଭାକ୍ସର ପ୍ରୋଟିନ୍‌-ଭିତ୍ତିକ ଟିକାର ଅନୁମୋଦନ ପାଇଁ ଏହାର ଜାପାନୀ ବିତରକ ଟାଡେକା ଫାର୍ମାସ୍ୟୁଟିକାଲ୍ସ ସରକାରୀ ନିୟାମକ ସଂସ୍ଥାକୁ ଆବେଦନ କରିଛି। ୨୦୨୨ ପ୍ରାରମ୍ଭରେ ଦେଶରେ ଟିକା ଦାନ ପାଇଁ ଟାଡେକା ଲକ୍ଷ୍ୟ ରଖିଛି।