କୁକୁର ପାଲଟିଲେ ଜାପାନର ଏହି ବ୍ୟକ୍ତି, ଘଟଣା କ’ଣ ଜାଣନ୍ତୁ..

ଟୋକିଓ : କୁକୁର ମଣିଷର ଯେତେ ବିଶ୍ବସ୍ତ ହେଲେ ବି ଏକ ସଭ୍ୟ ସମାଜରେ ଜଣେ ମଣିଷକୁ କୁକୁର କହିଲେ ତାହା ଏକ ଗାଳି ଭାବେ ବିବେଚିତ ହୁଏ । କିନ୍ତୁ ଜାପାନର ଜଣେ ବ୍ୟକ୍ତି କୁକୁର ପରି ହେବାକୁ ପସନ୍ଦ କରନ୍ତି । କୁକୁର ପରି ହେବା ତାଙ୍କର ବହୁଦିନର ସ୍ବପ୍ନ ଥିଲା । ଟୋକୋ ଇଭ୍ ନାମକ ଏହି ବ୍ୟକ୍ତି ନିଜର ଏହି ସ୍ବପ୍ନ ଚରିତାର୍ଥ କରିବାକୁ ସେ ଏକ ଅଜବ ଉପାୟ ଅବଲମ୍ବନ କରିଛନ୍ତି । ଭାରତୀୟ ମୁଦ୍ରାରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟୟ କରି ସେ ଏକ କୁକୁର ପୋଷାକ ତିଆରି କରାଇଛନ୍ତି । ଜିପେଟ ନାମକ ଏକ କମ୍ପାନି ତାଙ୍କ ପାଇଁ ଏହି କୁକୁର ପୋଷାକ ପ୍ରସ୍ତୁତ କରିଛି ।

 

ଏହି ପୋଷାକଟି ଏତେ ଚମତ୍କାର ହୋଇଛି ଯେ ଏହାକୁ ପିନ୍ଧି ସଂପୃକ୍ତ ବ୍ୟକ୍ତି ଅବିକଳ ଏକ କୁକୁର ପରି ଲାଗୁଛନ୍ତି । ଏହି ପୋଷାକ ପିନ୍ଧି ସେ ଏକ ଭିଡିଓ ମଧ୍ୟ ଟୁଇଟର ଓ ଅନ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଅଧିକାଂଶ ଲୋକ ତାଙ୍କ ଏକ ପ୍ରକୃତ କୁକୁର ବୋଲି ଭାବି କମେଣ୍ଟ ପୋଷ୍ଟ କରିଛନ୍ତି ।

ଜାପାନର ଏକ ନ୍ୟୁଜ ଚ୍ୟାନେଲର ରିପୋର୍ଟ ଅନୁସାରେ ଏହି ପୋଷାକକୁ ପ୍ରସ୍ତୁତ କରିବାକୁ ଜିପେଟକୁ ୪୦ ଦିନ ଲାଗିଥିଲା ଓ ଏଥିରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

 

ସମ୍ବନ୍ଧିତ ଖବର