ଭୋକ ଲାଗିବାରୁ ମଧ୍ୟାହ୍ନ ଭୋଜନର ୩ମିନିଟ୍‌ ପୂର୍ବରୁ ଖାଇବାକୁ ଗଲେ କର୍ମଚାରୀ, ଜାଣିବା ପରେ ଦରମା କାଟିଦେଲା କମ୍ପାନି

ଟୋକିଓ : ଜାପାନରେ ଘଟିଛି ଏକ ଅଜବ ଘଟଣା । ମଧ୍ୟାହ୍ନ ଭୋଜନର ୩ମିନିଟ୍‌ ପୂର୍ବରୁ ଖାଇବାକୁ ଯିବାରୁ ଜଣେ କର୍ମଚାରୀଙ୍କ ଦରମା କାଟିଛି କମ୍ପାନି । ଏହା ସହ କାମ କରିବା ସମୟରେ ନିଜର ସ୍ଥାନ ଛାଡ଼ିଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଉପର କର୍ମଚାରୀମାନେ ମଧ୍ୟ ତାଙ୍କୁ ଗାଳି କରିଥିବା ଜଣା ପଡ଼ିଛି । ବ୍ୟକ୍ତି ଜଣଙ୍କ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ୭ମାସରେ ୨୬ଥର ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଖାଇବାକୁ ଯାଉଥିଲେ ବୋଲି କମ୍ପାନି ତରଫରୁ କୁହାଯାଇଛି ।

hindustantimes.com

କମ୍ପାନି ଓ୍ଵାଟରଓ୍ଵାର୍କ ବ୍ୟୁରୋର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନ ଭୋଜନର ସମୟ ୧ଟା ଧାର୍ଯ୍ୟ କରାଯାଇଥିବା ବେଳେ କର୍ମଚାରୀ ଜଣଙ୍କ ୩ମିନିଟ୍‌ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଚାଲି ଯାଇଥିଲେ । ଏହି ଭୁଲ୍‌ ପାଇଁ ୬୪ବର୍ଷିୟ ବୃଦ୍ଧଙ୍କର ଅଧା ଦିନର ଦରମା କଟା ଯାଇଥିଲା । କିନ୍ତୁ ପରେ ଓ୍ଵାଟରଓ୍ଵାର୍କ ବ୍ୟୁରୋର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନିଜର ଏଭଳି ପଦକ୍ଷପ ପାଇଁ କ୍ଷମା ମାଗିଛନ୍ତି ।

ସମ୍ବନ୍ଧିତ ଖବର