ଉତକ୍ଷେପଣର ଅଳ୍ପ ସମୟ ପରେ ବିଫଳ ହୋଇ ସମୁଦ୍ରରେ ଖସିପଡିଲା ଜାପାନୀ ରକେଟ

ଟୋକିଓ : ଜାପାନର ଘରୋଇ ମହାକାଶ ଗବେଷଣା କମ୍ପାନି ଇଣ୍ଟରଷ୍ଟେଲାର ଟେକନଲୋଜୀସ ପକ୍ଷରୁ ଶନିବାର ଦିନ ଉତକ୍ଷେପଣ ହୋଇଥିବା ରକେଟ ମୋମୋ-ଏଫ୪ ବିଫଳ ହୋଇଛି । ଉତକ୍ଷେପଣର ମାତ୍ର କିଛି ମିନିଟ ମଧ୍ୟରେ ଏଥିରେ ବିସ୍ଫୋରଣ ହୋଇ ଏହା ସମୁଦ୍ରରେ ଖସିପଡିଥିଲା ।
ଇଣ୍ଟରଷ୍ଟେଲାର ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ ମୋମୋ-ଏଫ୪ ରକେଟ ଉତକ୍ଷେପଣ ହେବାପରେ ଏଥିରେ ଥିବା କମ୍ପ୍ୟୁଟରରେ କେତେକ ତ୍ରୁଟି ଯୋଗୁଁ ରକେଟର ଇଂଜିନ ବନ୍ଦ ହୋଇଯାଇଥିଲା । ଫଳରେ ରକେଟଟି ସମୁଦ୍ରରେ ଖସିପଡିଥିଲା ।

ରକେଟଟି ଆଜି ସ୍ଥାନୀୟ ସମୟ ଅପରାହ୍ଣ ୪ଟା ୨୦ (ଭାରତୀୟ ସମୟ ଅପରାହ୍ଣ ୧.୩୦ )ରେ ଉତକ୍ଷେପଣ ହୋଇଥିଲା । ଏହି ଉତକ୍ଷେପଣକୁ କମ୍ପାନି ପକ୍ଷରୁ ସୋସିଆଲ ମିଡିଆର ଲାଇଭ ଷ୍ଟ୍ରିମିଂ କରାଯାଇଥିଲା । କମ୍ପାନିପକ୍ଷରୁ ଗତ ମେ ମାସରେ କରାଯାଇଥିବା ମୋମୋ-୩ ସଫଳ ହୋଇଥିଲା । ଏହା ପୂର୍ବରୁ ୨୦୧୭ ଓ ୨୦୧୮ ମସିହାରେ ଏହି କମ୍ପାନି ପକ୍ଷରୁ କରାଯାଇଥିବା ଉତକ୍ଷେପଣ ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର