ନ୍ୟୁୟର୍କ: ଆମେରିକୀୟ ଶିଳ୍ପପତି ଜାରେଡ୍ ଆଇଜାକମ୍ୟାନ ଗୁରୁବାର (ସେପ୍ଟେମ୍ବର ୧୨) ସ୍ପେସ୍ ୱାକ୍ କରି ଇତିହାସ ରଚିଛନ୍ତି। ଏହାକୁ ବିଶ୍ବର ପ୍ରଥମ ପ୍ରାଇଭେଟ୍ ସ୍ପେସଓ୍ବାକ୍ ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ପେସ୍ ୱାକ୍ ରେ କେତେକ ଅଣ-ପେସାଦାର ମହାକାଶଚାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ।

Advertisment

ଏହି ସ୍ପେସ୍ ୱାକ୍ ର ଖାସ୍ କଥା ହେଉଛି ଏହା ଗତ ୫୦ ବର୍ଷ ମଧ୍ୟରେ ହୋଇଥିବା ସ୍ପେସ୍ ୱାକ୍ ମଧ୍ୟରେ ଏହା ସର୍ବୋଚ୍ଚ ଉଚ୍ଚତା ଥିଲା। ବେସାମରିକ ମହାକାଶଚାରୀମାନେ ମଧ୍ୟ ଫିନଟେକ୍ ଶିଳ୍ପପତି ଜାରେଡ୍ ଆଇଜାକମ୍ୟାନଙ୍କ ନେତୃତ୍ୱରେ ସ୍ପେସ୍ଏକ୍ସ ପୋଲାରିସ୍ ଡନ୍ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏହା ପ୍ରାୟ ୧୪୦୦ କିଲୋମିଟର ଉଚ୍ଚତା ହାସଲ କରିଛି, ଯାହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଠାରୁ ପ୍ରାୟ ତିନି ଗୁଣ ଅଧିକ ।

ବେସାମରିକ ମହାକାଶଚାରୀମାନେ ମଧ୍ୟ ଫିନଟେକ୍ ଶିଳ୍ପପତି ଜାରେଡ୍ ଆଇଜାକମ୍ୟାନଙ୍କ ନେତୃତ୍ୱରେ ସ୍ପେସ୍ଏକ୍ସ ପୋଲାରିସ୍ ଡନ୍ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏହା ପ୍ରାୟ ୧୪୦୦ କିଲୋମିଟର ଉଚ୍ଚତା ହାସଲ କରିଛି, ଯାହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଠାରୁ ପ୍ରାୟ ତିନି ଗୁଣ ଅଧିକ ।

jared1

ସ୍ପେସ୍ ଏକ୍ସ ପୋଲାରିସ ଡନ୍ ଅଭିଯାନ ମଙ୍ଗଳବାର (ସେପ୍ଟେମ୍ବର ୧୦) ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା। ସ୍ପେସ୍ ଏକ୍ସ ସହ ମିଶି ଆଇଜାକମ୍ୟାନ ପୃଥିବୀଠାରୁ ଶହ ଶହ ମାଇଲ ଉଚ୍ଚରେ ଏହି ଅତ୍ୟନ୍ତ ଦୁଃସାହସିକ କାର୍ଯ୍ୟ କରିଥିଲେ। ଯାହାର ଏକ ଭିଡିଓ ସ୍ପେସ୍ ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ସେୟାର କରିଛି । ମିଳିଥିବା ସୂଚନା ଅନୁଯାୟୀ, ଜାରେଡ୍ ଆଇଜାକ୍ମ୍ୟାନ୍ ଓ ତାଙ୍କ ଟିମ୍ ହ୍ୟାଚ୍ ଖୋଲିବା ପୂର୍ବରୁ କ୍ୟାପସୁଲର ଚାପ କମିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ସମୟରେ ଟିମର ୪ ଜଣ ବ୍ୟକ୍ତି ସ୍ପେସ୍ ଏକ୍ସର ନୂଆ ସ୍ପେସ୍ ଓ୍ଵାକିଂ ସୁଟ୍ ପିନ୍ଧି ଭାକ୍ୟୁମରୁ ନିଜକୁ ରକ୍ଷା କରୁଥିଲେ। 

ଆହୁରି ପଢନ୍ତୁ : ଏକ ରାଷ୍ଟ୍ର ରୂପେ ଭାରତ ଶକ୍ତିଶାଳୀ ହୋଇଚାଲିଛି : ପୁଟି

ସ୍ପେସଓ୍ବାକର ଅର୍ଥ ହେଉଛି ଯେତେବେଳେ ଜଣେ ମହାକାଶଚାରୀ ମହାକାଶଯାନରୁ ବାହାରି ମହାକାଶରେ ଭାସମାନ ଅବସ୍ଥାରେ ସମୟରେ ଚାଲିବା କିମ୍ବା ଅନ୍ୟ କାମ କରନ୍ତି । ଏହାକୁ "ଇଭିଏ" (ଏକ୍ସଟ୍ରାଭେହିକୁଲାର ଆକ୍ଟିଭିଟି) ମଧ୍ୟ କୁହାଯାଏ ।