ମୁମ୍ବାଇ: ରିୟଲିଟି ଟିଭି ସୋ’ ‘ବିଗ୍ ବସ୍ ୧୨’ରେ ଭାଗନେଇଥିବା ଭଜନ ସମ୍ରାଟ୍ ଅନୁପ୍ ଜଲୋଟା ଓ ତାଙ୍କ ବାନ୍ଧବୀ ଜସ୍ଲିନ୍ ମଥାରୁଙ୍କୁ ନେଇ ଏବେ ଚର୍ଚ୍ଚା। ଏହି ପ୍ରେମୀ ଯୁଗଳଙ୍କ ପ୍ରେମକାହାଣୀ ସଂପର୍କରେ ଜାଣିବା ପରେ ବିଗ୍ ବସ୍ ପ୍ରତି ଲୋକଙ୍କ ଆଦର ବଢ଼ିବାରେ ଲାଗିଛି। ତେବେ ଏମାନଙ୍କ ସଂପର୍କରେ ଏକ ଚକିତ କଲା ଭଳି ଘଟଣା ଲୋକଲୋଚନକୁ ଆସିଛି। ଜଣେ ମଡେଲ୍ଙ୍କ ଦାବି ଅନୁସାରେ ଜସ୍ଲିନ୍ ଗତବର୍ଷ ଅନୁପ ଜଲୋଟାଙ୍କ ପିଲାର ମାଆ ହେବାକୁ ଯାଉଥିଲେ। ଏଥିପାଇଁ ସେ ବେଶ୍ ଉତ୍ସାହିତ ଥିଲେ। କିନ୍ତୁ ଏହାକୁ ନେଇ ଅନୁପ ଜଲୋଟା କ୍ଷୁବ୍ଧ ହୋଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ତାଙ୍କ ଆଖି ସାମ୍ନାରେ ହୋଇଥିବା ମଡେଲ୍ ଅନିଷା ଦର୍ଶାଇଛନ୍ତି। ତେବେ ଅନୁପ ଜଲୋଟା ବାରମ୍ବାର ଚାପ ପକାଇବା ପରେ ଜସ୍ଲିନ୍ ଶେଷରେ ଗର୍ଭପାତ କରାଇଥିଲେ। ତାଙ୍କ କହିବାନୁଯାୟୀ ୨୮ ବର୍ଷୀୟା ଜସ୍ଲିନ୍ଙ୍କର ବ୍ରିଟେନ୍ରେ ଜଣେ ପୁରୁଷ ବନ୍ଧୁ ଥିବା ନେଇ ଅନୁପ ଜଲୋଟା ସବୁବେଳେ ସନ୍ଦେହ କରୁଥିଲେ। ଏହାକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଉଲ୍ଲେଖଯୋଗ୍ୟ, ୬୫ ବର୍ଷୀୟ ଅନୁପ ଜଲୋଟା ପୂର୍ବରୁ ୩ ଥର ବିବାହ କରିଛନ୍ତି। ପୂର୍ବ ଦୁଇ ପତ୍ନୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିବା ବେଳେ ତୃତୀୟ ପତ୍ନୀ ମେଧା ଗୁଜରାଲ୍ଙ୍କର ୨୦୧୪ ନଭେମ୍ବରରେ ମୃତ୍ୟୁ ଘଟିଛି। ଆର୍ଯ୍ୟମାନ ନାମରେ ସେମାନଙ୍କର ଏକ ପୁତ୍ର ଅଛି। ମଡେଲ୍ ଅନିଷାଙ୍କୁ ବିଗ୍ ବସ୍ରେ ଭାଗନେବାକୁ ସୁଯୋଗ ଦେବା ପାଇଁ ଅନୁପ ଜଲୋଟା ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅନିଷା କହିଛନ୍ତି।
ଗର୍ଭପାତ କରାଇଥିଲେ ଜସ୍ଲିନ୍!
/sambad/media/post_attachments/wp-content/uploads/2018/09/anup-jalota-jasleen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)