ଯଶୱନ୍ତ ସିଂ: ସେନା କର୍ମଚାରୀରୁ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶୱନ୍ତ ସିଂଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

ଯଶୱନ୍ତ ସିଂଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବାବଦରେ –
ଯଶୱନ୍ତ ସିଂ ଙ୍କ ଜୀବନ ଆରମ୍ଭ ହୋଇଥିଲା ଭାରତୀୟ ସେନାରୁ । ସେ ସେନା ଚାକିରି ସମାପ୍ତ କରିବା ପରେ ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ସେ ତାଙ୍କର ରାଜନୈତୀକ ଜୀବନ ଆରମ୍ଭ କରିଥିଲେ । ସେ ବିଜେପିର ପ୍ରତିଷ୍ଠାତା ସଭ୍ୟ ରହିବା ସହ ଦେଶର ନେତାଙ୍କ ମଧ୍ୟରେ ସଂସଦରେ ସର୍ବାଧିକ ସମୟ ଅତିବାହିତ କରିଥିଲେ । ୧୯୮୦ ରୁ ୨୦୧୪ ଯାଏ ସେ ଲୋକସଭାକୁ ୬ ଥର ଓ ରାଜ୍ୟସଭାକୁ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇ ନିଜର ପରାକାଷ୍ଟା ପ୍ରତିପାଦିତ କରିଥିଲେ ।

ପରମାଣୁ ନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା –
୧୯୯୮ ମସିହାରେ ଯେତେବେଳେ ପରମାଣୁ ପରୀକ୍ଷଣରେ ଭାରତ ସଫଳତା ହାସଲ କଲା ସେତେବେଳେ ବାଜପେୟୀ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଯଶୱନ୍ତ ସିଂ । ଯେ କି ଆମେରିକା ସହିତ ଦୀର୍ଘ ସମୟ ଆଲୋଚନା କରି ପରମାଣୁ ନୀତି ଓ ରଣନୀତି ପ୍ରସ୍ତୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହାର ଫଳା ଫଳ ଆସିବା ପରେ ଏହି ନୀତିକୁ ଉଭୟ ଦେଶ ପାଇଁ ଅତ୍ୟନ୍ତ ସକରାତ୍ମକ ବୋଲି ବିବେଚନା କରାଯାଇଥିଲା ।

କାନ୍ଦାହାର ବିମାନ ଅପହରଣ ମାମଲା –
୨୪ ଡିସେମ୍ବର ୧୯୯୯ ମସିହାରେ ଇଣ୍ଡିଆନ ଏୟାର ଲାଇନ୍ସର ଏକ ବିମାନ (ଆଇ.ସି-୮୧୪) କୁ ହାଇଜାକ୍ କରାଯାଇଥିଲା । ଆତଙ୍କବାଦୀ ମାନେ ବିମାନଯାତ୍ରୀ ମାନଙ୍କୁ ଛାଡିବା ପାଇଁ ଭାରତୀୟ ଜେଲରେ ବନ୍ଦି ଥିବା କିଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଛାଡିବାକୁ ସର୍ତ୍ତ ରଖିଥିଲେ । ଯେଉଁ ମାନଙ୍କ ମଧ୍ୟରେ ଥିଲେ ମୁଶାକ ଅହମ୍ମଦ ଜାରଗର, ଅହମ୍ମଦ ଓମାର ସଇଦ ଶେଖ୍ ଓ ମୌଲାନା ମାସୁଦ ଅଜହର ଭଳି ଆତଙ୍କବାଦୀ । ଏଭଳି ସ୍ଥିତିରେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାର ଦାୟିତ୍ୱ ନେଇଥିଲେ ଯସୱନ୍ତ ସିଂ । ସେ ଏନେଇ କାନ୍ଦାହାର ଯାଇଥିଲେ । ଅପହରଣକାରୀଙ୍କ ସହ ଆଲୋଚନା କରି ସର୍ତ୍ତ ମୁତାବକ ଆତଙ୍କବାଦୀ ମାନଙ୍କୁ ଜେଲରୁ ଛାଡ କରି ସୁରକ୍ଷିତ ଭାବେ ବିମାନଯାତ୍ରୀଙ୍କୁ ଫେରାଇ ଆଣିଥିଲେ । ଏହା ସହ ବହୁଚର୍ଚ୍ଚିତ କାର୍ଗିଲ ଯୁଦ୍ଧ ବେଳେ ବି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

୨୦୦୯ ରେ ବିଜେପି କ୍ରମାଗତ ଭାବେ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲା । ଏନେଇ ଦଳର ଉଚ୍ଚପଦସ୍ଥ ନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦଳ ଭିତରେ ଆତ୍ମସମୀକ୍ଷା ଓ ଗମ୍ଭୀର ଆଲୋଚନାର ଅବାଶ୍ୟକତା ଥିବା ଦର୍ଶାଇ ସେ ବାଜପେୟୀଙ୍କୁ ଏକ ପତ୍ର ଲେଖିଥିଲେ । ଏହିଠୁ ଆରମ୍ଭ ହୋଇଥିଲା ଯଶୱନ୍ତଙ୍କ ରାଜନୈତୀକ କ୍ୟାରିୟରର ପତନ । ତାଙ୍କୁ ଦଳ ଭିତରେ କୋଣଠେସା କରି ରଖାଯାଇଥିଲା । ହେଲେ ସେ ଦଳ ବିରୋଧରେ ନଯାଇ ପୁରା ସ୍ଥିର ହୋଇଯାଇଥିଲେ । ୨୦୧୪ ନିର୍ବାଚନରେ ଫ୍ରଣ୍ଟଫୁଟକୁ ନରେନ୍ଦ୍ର ମୋଦି ଆସିବା ପରେ ଯସୱନ୍ତଙ୍କୁ କୌଣସି ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ସୁଯୋଗ ଦିଆଯାଇ ନଥିଲା । ଦଳର ଏଭଳି ଉଦାସୀନତା ଯୋଗୁଁ ଶ୍ରୀ ସିଂ ବାଧ୍ୟ ହୋଇ ରାଜସ୍ଥାନର ବାରମର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ସେଠାରେ ତାଙ୍କୁ ବିଜେପି ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିଥିଲା । ହେଲେ ସେ ନିର୍ବାଚନରେ ପରାଜିତ ହୋଇଥିଲେ । ଯାହାକୁ ନେଇ ସେ ବିଜେପି ଛାଡିଥିଲେ ।

ଜିନ୍ନା ବିବାଦ –
୨୦୧୨ ରେ ବିଜେପି ତାଙ୍କୁ ଉପରାଷ୍ଟ୍ରପତି ପାର୍ଥୀ କରିଥିଲା । କିନ୍ତୁ ୟୁପିଏର ହମିଦ ଅନସାରୀ ନିର୍ବାଚନରେ ଜିତିଥିଲେ । ଯସୱନ୍ତ ତାଙ୍କ ପୁସ୍ତକରେ ଜିନ୍ନାଙ୍କୁ ପ୍ରଶଂସା କରିବା ନେଇ ଦଳ ଭିତରୁ ଅସନ୍ତୋଷର ଶିକାର ହୋଇଥିଲେ । ଦଳ ତାଙ୍କୁ ବହିସ୍କାର କରିଥିଲା । ହେଲେ ପରେ ଦଳ ତାଙ୍କ ଉପରୁ ଏହି ବହିସ୍କାର ଉଠାଇ ନେଇଥିଲା । ହେଲେ ୨୦୧୪ ରେ ବାର୍ଥରୁମ୍ ଭିତରେ ପଡିଯିବାରୁ ସେ କୋମାକୁ ଚାଲି ଯାଇଥିଲେ । ଏବଂ ସେବେ ଠାରୁ ସେ କୋମାରେ ଥିଲେ ।

ପିଏମଓରେ ଗୁପ୍ତଚର ବିବାଦ –
ଯେତେବେଳେ ଯଶୱନ୍ତ ସିଂଙ୍କ ପୁସ୍ତକ ପ୍ରକାଶ ପାଇଲା ସେ ସଂଗେ ସଂଗେ ଅନ୍ୟ ଏକ ବିବାଦରେ ଫସି ଯାଇଥିଲେ । ଶ୍ରୀ ସିଂ ତାଙ୍କ ପୁସ୍ତକ ମାଧ୍ୟମରେ ସୂଚାଇ ଦେଇଥିଲେ କି ଯେତେବେଳେ ପି.ଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ଗୁପ୍ତଚର ଥିଲେ । ଯେ ଆମେରରିକୀୟ ସୂତ୍ରକୁ ଗୁପ୍ତ ସୂଚନା ଦେଇଥିଲେ । ଏହି ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯସୱନ୍ତ ସିଂଙ୍କୁ ଏହି ଗୁପ୍ତଚର ବିଷୟରେ ପଚାରିଥିଲେ । ଶ୍ରୀ ସିଂ ଏହାର ଉତ୍ତର ଏକ ଚିଠି ମାଧ୍ୟମରେ ଦେଇଥିଲେ । ସେହି ଚିଠି ସଂପର୍କରେ ମନମୋହନ ସିଂ କହିଛନ୍ତି କି ଏଥିରେ କାହାର ଦସ୍ତଖତ ନାହିଁ କିମ୍ବା ଗୁପ୍ତଚରଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ଏହା ପରେ ଯସୱନ୍ତ ସିଂ କହିଥିଲେ କି ଏହି ସୂଚନା ଏକ ବିଭ୍ରାନ୍ତିକର ତଥ୍ୟ ଉପରେ ଆଧାରିତ ।

୩ ଜାନୁଆରୀ ୧୯୩୮ ରେ ବରମର ଜିଲ୍ଲାର ଜାସୋଲ ଗ୍ରାମରେ ଜସୱନ୍ତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଠାକୁର ସର୍ଦ୍ଦାର ସିଂ ଠାକୁର ଓ ମାତାଙ୍କ ନାମ କୁନୱର ବାଇସା । ଜସୱନ୍ତ ସିଂ ଶୀଟାଲ କାନୱାରଙ୍କ ବିବାହ କରିଥିଲେ । ଜସୱନ୍ତଙ୍କର ୨ ଟି ପୁଅ ଅଛନ୍ତି । ତାଙ୍କ ମଧ୍ୟରୁ ମନଭେନ୍ଦ୍ର ସିଂ ବାରମର ସଂସଦୀୟ କ୍ଷେତ୍ରରେ ସାଂସଦ ଅଛନ୍ତି ।

ସମ୍ବନ୍ଧିତ ଖବର