ନୂଆଦିଲ୍ଲୀ, : ଆଗାମୀ ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହାର ଠିକ୍ ପୂର୍ବରୁ ଏକ ‘ତୃତୀୟ ମେଣ୍ଟ’ର ଆନୁଷ୍ଠାନିକ ଘୋଷଣା କରାଯାଇଛି। ସ୍ବାଧୀନ ବିଧାୟକ ତଥା ଜାଟ୍ ନେତା ହନୁମାନ ବେନିୱାଲ ଗତକାଲି ରାଜଧାନୀ ଜୟପୁରରେ କିଶାନ ହୁଙ୍କାର ମହାରୢାଲି ଆୟୋଜନ କରିବା ସହ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ନାମରେ ଏକ ରାଜନୈତିକ ଦଳର ଘୋଷଣା କରିଛନ୍ତି। ଏହି ନୂଆ ଜାଟ୍ ଦଳକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଅବସରରେ ବିଜେପି ଛାଡ଼ି ନୂଆ ଦଳ ଗଠନ କରିଥିବା ଭାରତ ବାହିନୀର ନେତା ଘନଶ୍ୟାମ ତିଆଡ଼ି ଏବଂ ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ ବେନିୱାଲଙ୍କ ସହିତ ହାତ ମିଳାଇଛନ୍ତି। କଂଗ୍ରେସ ଏବଂ ବିଜେପି ବିରୋଧରେ ସେମାନଙ୍କ ଯୁଦ୍ଧ ଘୋଷଣା ଦୁଇ ଜାତୀୟ ଦଳର ସଙ୍କଟ ବଢ଼ାଇବ ବୋଲି ରାଜନୈତିକ ତଥ୍ୟାବିଜ୍ଞ ମହଲରେ ଆଲୋଚନା ହେଉଛି। ଜାଟ୍ ସଂପ୍ରଦାୟର ଯୁବ ମହଲରେ ବେନିୱାଲଙ୍କ ପ୍ରତି ବିପୁଳ ସମର୍ଥନ ରହିଥିବାରୁ ଆଗାମୀ ନିର୍ବାଚନରେ ତାଙ୍କର ଭୂମିକା ନିର୍ଣ୍ଣାୟକ ହେବ ବୋଲି ମଧ୍ୟ କୁହାଯାଇଛି। ବେନିୱାଲ ଯୁବକମାନଙ୍କୁ ଚାକିରି ଏବଂ ଚାଷୀଙ୍କୁ ସଂପୂର୍ଣ୍ଣ ଋଣଛାଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ପ୍ରଥମ ଜାଟ୍ ମୁଖ୍ୟମନ୍ତ୍ରୀ ଦେବାକୁ ସଂପ୍ରଦାୟର ପ୍ରତ୍ୟେକ ଭୋଟର ଅଣ୍ଟା ଭିଡ଼ିବାକୁ ବେନିୱାଲ ଆହ୍ବାନ ଦେଇଥିବା ବେଳେ ଆଗକୁ ଅନେକ ମେଗା ରୢାଲିର ଯୋଜନା କରାଯାଇଛି।
ରାଜସ୍ଥାନରେ ନୂଆ ଜାଟ୍ ଦଳ
କଂଗ୍ରେସ ଓ ବିଜେପିର ଖେଳ ବିଗାଡ଼ିବାକୁ ପ୍ରସ୍ତୁତି
/sambad/media/post_attachments/wp-content/uploads/2018/10/beniwal_1540790882_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)