ଜୌନପୁର କଲେଜ ପ୍ରଫେସରଙ୍କ ଛାତ୍ରୀଙ୍କୁ ଯୌନ ଆବେଦନ: ଭିଡିଓ ଭାଇରାଲ

ବାରାଣସୀ: ଭିବିଏସ୍‌ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ସହ ସହବନ୍ଧିତ ଉତ୍ତରପ୍ରଦେଶ ‌ଜୌନପୁରର ଏକ କ‌ଲେଜ ପ୍ରଫେସର ଲଜ୍ଜାହୀନଭାବେ ନିଜ ଛାତ୍ରୀଙ୍କୁ ଯୌନ ଆବେଦନ କରିବାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଛାତ୍ରୀଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ଅଭିଯୋଗ କରାଯାଇ ନ ଥିଲେ ମଧ୍ୟ ଜୌନପୁର ପୁଲିସ ଭାଇରାଲ ଭିଡ଼ିଓକୁ ସଂଜ୍ଞାନକୁ ନେଇ ଏ ବାବଦରେ ଏକ ମାମଲା ଦରଜ କରିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଛାତ୍ରୀଜଣକ ହିଁ ଶିକ୍ଷକଙ୍କ ସ୍ବରୂପକୁ ପଦାରେ ପକାଇବା ପାଇଁ ଭିଡ଼ିଓ ରେକର୍ଡିଂ କରି ଏହାକୁ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ। ଭିଡ଼ିଓରେ ପ୍ରଫେସର ଜଣକ ବାରମ୍ବାର ଯୌନ ଆବେଦନ କରୁଥିବା ବେଳେ ଛାତ୍ରୀ ଜଣକ ନମ୍ର ଭାବରେ ତାହାକୁ ପ୍ରତ୍ୟାଖ୍ୟାନ କରୁଥିବା ଦେଖିବାକୁ ମିଳୁଛି। ଶୁକ୍ରବାର ଏହାକୁ ସଂଜ୍ଞାନକୁ ନେଇ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର