ଯୌନପୁର: ଉତ୍ତରପ୍ରଦେଶର ଯୌନପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ସୁଟ୍କେସ୍ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ପୁଲିସ୍ ଅନୁସାରେ, ଯୁବତୀଙ୍କ ହତ୍ୟା ତାଙ୍କ ପ୍ରେମିକଙ୍କ ଦ୍ବାରା କରାଯାଇଛି। ଅଭିଯୁକ୍ତ ପ୍ରେମିକ ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଶରୀରକୁ ଏକ ସୁଟ୍କେସ୍ ଭିତରେ ପୂରାଇ ସୁଟ୍କେଶକୁ ଏକ ସ୍ଥାନରେ ଫୋପାଡ଼ି ଦେଇଥିଲେ।
ଜେରା କରିବା ପରେ ଜଣାପଡ଼ିଛି ଯେ ଅଭିଯୁକ୍ତ ପ୍ରେମିକ ମୃତଦେଶକୁ ଫୋପାଡ଼ିବା ପରେ ବନାରସ ଯାଇଥିଲେ। ସେଠାରେ ସେ ଗଙ୍ଗା ସ୍ନାନ କରି ଲଣ୍ଡା ମଧ୍ୟ ହୋଇଥିଲେ। ପୁଲିସ୍ ଅଭିଯୁକ୍ତ ପ୍ରେମିକଙ୍କୁ ଯୋନପୁରର ଭଣ୍ଡାରି ରେଳବାଇ ଷ୍ଟେସନ୍ ନିକଟରେ ଗିରଫ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ୍ କିଛି ସନ୍ଦେହଜନକ ସାମଗ୍ରୀ ମଧ୍ୟ ଜବତ କରିଛି।
ଯୌନପୁରର କୋତବାଲି ଥାନା କ୍ଷେତ୍ରରେ ଯେତେବେଳେ ଏକ ସୁଟ୍କେସ ଭିତରକୁ ପୁଲିସ୍କୁ ଜଣେ ଯୁବତୀଙ୍କ ମୃତଦେହ ମିଳିଲା ତ ସେ ଏହା ପଛର କାହାଣୀ ଜାଣିବା ପାଇଁ ତଦନ୍ତ ଆରମ୍ଭ କଲା। ପୁଲିସ୍ ସିସିଟିଭ୍ ଯାଞ୍ଚ୍ କରିବା ସହ ଜାଣିବାକୁ ପାଇଲା ଯେ ଯୁବତୀଙ୍କର ପୂର୍ବରୁ ବାହାଘର ଭଙ୍ଗ ହୋଇଥିଲା। ତାଙ୍କର ନିଜ ଗାଁର ଜଣେ ଯୁବକଙ୍କ ସହ ସଂପର୍କ ଥିଲା। ସେହି ଯୁବକ ଜଣକ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/03/NkPbByyw4Qa9ONMqdsV8.jpg)