ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଗ୍ଲାସିୟର ଫାଟିବା ପରେ ଆସିଥିବା ବଡ଼ ବନ୍ୟା ଯୋଗୁଁ ତପୋବନ ସୁଡ଼ଙ୍ଗରେ କାମ କରୁଥିବା ଶ୍ରମିକମାନେ ଏଥିରେ ଫସି ରହିଥିଲେ। ସମଗ୍ର ସୁଡ଼ଙ୍ଗ ଅଂଚଳ ପୋତି ହୋଇଯିବା ସଂପର୍କରେ ଖବର ଆସିବାମାତ୍ରେ ଯୁଦ୍ଧସ୍ତରରେ ଆଇଟିବିପି ଯବାନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗଭୀର ଖାଇ ଭିତରେ ଫସିଥିବା ଲୋକଙ୍କୁ ଠାବ କରି ରସି ସାହାଯ୍ୟରେ ସେମାନଙ୍କୁ ବାହାର କରାଯାଇଛି। ଏହି ସୁଡ଼ଙ୍ଗରେ ଫସିଥିବା ୧୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ବନ୍ୟା ବିପର୍ଯ୍ୟୟ ତପୋବନ ଜଳ ବିଦ୍ୟୁତ ପରିଯୋଜନାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଆଜି ସକାଳୁ ଶ୍ରମିକମାନେ ସୁଡ଼ଙ୍ଗରେ କାମ ଆରମ୍ଭ କରୁଥିଲେ ଏବଂ ଅଚାନକ ବନ୍ୟା ମାଡ଼ି ଆସିବାରୁ ନଦୀ ପାଣି ସାଙ୍ଗକୁ କାଦୁଅରେ ଟନେଲ ଭର୍ତ୍ତି ହୋଇଯାଇଥିଲା। ପୋତି ହୋଇ ରହିଥିବା ଟନେଲ୍‌ରେ ଫସିଥିବା ଲୋକଙ୍କୁ ଠାବ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା ବୋଲି ଉଦ୍ଧାରକାରୀ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର