ଜେକେଏଲ୍‌ଏଫ୍‌ କମାଣ୍ଡର୍‌ ଜାଭେଦ ମୀର ଗିରଫ, ୪ ବାୟୁସେନା ଅଫିସରଙ୍କୁ ହତ୍ୟା କରିଥିଲା

ଶ୍ରୀନଗର: ଜେକେଏଲଏଫ୍‌ (ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ୍‌)ର ପୂର୍ବତନ କମାଣ୍ଡର ଜାଭେଦ ଅହମଦ ମୀର ଓରଫ୍‌ ନଲ୍‌କାକୁ ସିବିଆଇ ଗିରଫ କରିଛି। ୧୯୯୦ ମସିହାରେ ୪ ବାୟୁସେନା ଅଫିସର୍‌ଙ୍କୁ ହତ୍ୟା କରିଥିବା ମାମଲାରେ ଆତଙ୍କବାଦୀ ମୀର୍‌କୁ ସିବିଆଇ ଗିରଫ କରିଛି। ମୀର୍‌କୁ ଆସନ୍ତା ୨୩ ତାରିଖରେ ଜମ୍ମୁର ଟାଡା କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ମୀର୍‌ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବାପରେ ତାକୁ ତା’ ବାସଭବନରୁ ଜଣେ ସିବିଆଇ ଅଧିକାରୀ ଗିରଫ କରିଛନ୍ତି । ୧୯୯୦ରେ ଶ୍ରୀନଗରର ରାୱଲପିଣ୍ଡିରେ ରବି ଖାନ୍ନାଙ୍କ ସମେତ ୪ ବାୟୁସେନା ଅଧିକାରୀଙ୍କୁ ଜେକେଏଲଏଫ୍‌ ଆତଙ୍କବାଦୀଙ୍କ ଦ୍ବାରା ହତ୍ୟା କରାଯାଇଥିଲା। ଏଥିରେ ମୀର୍‌ ସମ୍ପୃକ୍ତ ଥିଲା।

ସମ୍ବନ୍ଧିତ ଖବର