ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ବର୍ଦ୍ଧିତ ଫିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଛାତ୍ରଛାତ୍ରୀଙ୍କ ବିରୋଧ ଲଗାତାର ଜାରି ରହିଛି | ଏହାରି ମଧ୍ୟରେ ମାନବ ସଂସାଧନ ବିକାଶ ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ସମିତି ମନ୍ତ୍ରାଳୟକୁ ଏହାର ରିପୋର୍ଟ ପ୍ରଦାନ କରିଛି | ଏହି ରିପୋର୍ଟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫିକୁ କମାଇବା ପାଇଁ ସୁପାରିଶ କରାଯାଇଛି |

Advertisment

publive-image Hindustan Times

ବିପିଏଲ ଶ୍ରେଣୀଭୁକ୍ତ ଛାତ୍ରଛାତ୍ରୀଙ୍କୁ ୭୫ ପ୍ରତିଶତ ରିହାତି ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ପାଇଁ ସୁପାରିଶ କରାଯାଇଛି | ବିପିଏଲ ଛାତ୍ରଙ୍କ ପାଇଁ ସିଙ୍ଗିଲ ରୁମ ପିଛା ମାସିକ ୧୫୦ ଟଙ୍କା ଓ ଡବଲ ରୁମ ପାଇଁ ମାସିକ ୩୦୦ ଟଙ୍କା ସୁପାରିଶ କରାଯାଇଛି |

ସେହିପରି ସର୍ଭିସ ଚାର୍ଜ ବାବଦକୁ ପ୍ରତି ମାସ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି | ଗତ ସପ୍ତାହରେ ଫିସ ବୃଦ୍ଧି ନେଇ ଜେଏନୟୁର ଛାତ୍ରମାନେ କେନ୍ଦ୍ର ମାନବ ସଂସାଧନ ମନ୍ତ୍ରୀଙ୍କ ପାଖରୁ ଆଶ୍ୱାସନା ପାଇବା ପରେ ଧାରଣାରୁ ବିରତ ରହିଥିଲେ | ଏହା ପରେ ଛାତ୍ରଙ୍କ ପ୍ରତିନିଧିମଣ୍ଡଳ ମାନବ ସଂସାଧନ ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କଙ୍କୁ ଭେଟିଥିଲେ | ମନ୍ତ୍ରୀ ଫିସ ବୃଦ୍ଧିକୁ ପ୍ରତ୍ୟାହାର କରିବା ନେଇ ଆଶ୍ୱାସନା ଦେଇଥିଲେ |