ନୂଆଦିଲ୍ଲୀ: ‘ଗେଲ ଖେଳୁ ଖେଳୁ ତେଲ ବାହାରି ଯାଇଥାଏ’ ବୋଲି କଥାରେ ଅଛି। ଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସର ଜଣେ ଛାତ୍ର ପାହାଡ଼ ଚଢ଼ି ସାଙ୍ଗମାନଙ୍କ ସହିତ ମଜାମସ୍ତି କରୁଥିବା ସମୟରେ ହଠାତ୍ ତାଙ୍କ ଗୋଡ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସେଠାରେ ଛାତ୍ରକୁ ମୃତ ବୋଲି ଘୋଷଣା କରିଥିଲେ। ଛାତ୍ର ଜଣକଙ୍କ ନାମ ପ୍ରବୀଣ ତିୱାରୀ ଓ ତାଙ୍କ ଘର ମଧ୍ୟପ୍ରଦେଶର ଜବଲପୁର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ମୃତ ଛାତ୍ର ଜେଏନ୍ୟୁରେ ଆଇସିଏସ୍ଏସ୍ଆର୍ ପାଠ ପଢ଼ୁଥିଲା ଓ କ୍ୟାମ୍ପସର ବ୍ରହ୍ମପୁତ୍ର ହଷ୍ଟେଲ୍ରେ ରହୁଥିଲେ। ଗତ ଡିସେମ୍ବର ୩୦ରେ ପ୍ରବୀଣ ଓ ତାଙ୍କ ସାଙ୍ଗମାନଙ୍କ ସହିତ କ୍ୟାମ୍ପସ ନିକଟସ୍ଥ ପାହାଡ଼ରେ ଚଢିବାକୁ ଚେଷ୍ଟା କରୁଥିଲେ। ଏବଂ ପ୍ରବୀଣର ସାଙ୍ଗମାନେ ଏହି ଦୃଶ୍ୟକୁ କ୍ୟାମେରାରେ କୈଦ୍ କରୁଥିଲେ। ଅସାବଧାନତା ହେତୁ ହଠାତ୍ ପ୍ରବୀଣ ଗୋଡ଼ ଖସିଯାଇଥିଲା। ଫଳରେ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ହସ୍ପିଟାଲ ନେବାରୁ ସେଠାରେ ଡକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭିଡିଓରେ ଦେଖାଯାଉଛି ପ୍ରବୀଣ ଅଧାରୁ ଅଧିକ ପାହାଡ଼ ଚଢି ସାରିଥିଲେ । କିନ୍ତୁ ସେ ଯେଉଁ ପଥର ଉପରେ ଛିଡା ହୋଇଥିଲେ ହଠାତ ତାହା ଭାଙ୍ଗି ଯିବାରୁ ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ।
जवाहर लाल यूनिवर्सिटी में पढ़ने वाले एक छात्र की पहाड़ी पर चढ़ने के दौरान गिरकर मौत,उसका दोस्त वीडियो बना रहा था pic.twitter.com/quZ9TPbEvv
— Mukesh singh sengar (@mukeshmukeshs) January 2, 2019