ବିଜାପୁରରେ ଯବାନ ଓ ମାଓବାଦୀ ମୁହାଁମୁହିଁ: ବୋମା ଶବ୍ଦରେ ଥରହର ହେଲା ଅଞ୍ଚଳ

ବିଜାପୁର: ଛତିଶଗଡର ବିଜାପୁର ସୁକୁମା ସୀମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମୁର୍କାପାଲ ଜଙ୍ଗଲରେ କୋବ୍ରା ଯବାନ ଓ ଏସଟିଏଫ ଯବାନ କମ୍ବିଂ ଅପରେସନ୍ କରୁଥିବା ବେଳେ  ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଦୀର୍ଘ ଦୁଇ ଘଣ୍ଟା ଧରି ଗୁଳି ଓ ବୋମା ଶବ୍ଦରେ ଅଂଚଳ ଥରହର ହୋଇ ଉଠିଥିଲା। ତେବେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଥିବା ଜାଣିବାକୁ ମିଳିଛି। ଯବାନମାନଙ୍କ ପକ୍ଷରୁ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର