ଚେନ୍ନାଇ : ତାମିଲନାଡୁର କ୍ରୀଷ୍ଣାଗିରିରେ ଜଣେ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏକ ପାଣି ଟାଙ୍କି ନିକଟରେ କପଡ଼ା ସଫା କରିବାକୁ ନେଇ ବିବାଦ ହେବାରୁ ଜଣେ ଡିଏମ୍କେ କାଉନସିଲର ଏବଂ ଅନ୍ୟମାନେ ଯବାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫେବ୍ରୁଆରି ୮ ତାରିଖରେ ଯବାନ ପ୍ରଭୁ ଏବଂ ଡିଏମଡ଼୍କେ ସଦସ୍ୟ ଚିନ୍ନାସ୍ବାମୀଙ୍କ ମଧ୍ୟରେ କପଡ଼ା ସଫା କରିବାକୁ ନେଇ ବଚସା ହୋଇଥିଲା। ପରେ କାଉନସିଲର ଏବଂ ଅନ୍ୟ ୯ ଜଣ ଯବାନ ପ୍ରଭୁ ଏବଂ ତାଙ୍କ ଭାଇ ପ୍ରଭାକରନଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ପ୍ରଭୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆକ୍ରମଣରେ ପ୍ରଭୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି।
ପ୍ରଭାକରନଙ୍କ ଅଭିଯୋଗ ଆଧାରରେ ପୁଲିସ ମଙ୍ଗଳବାର ୬ ଜଣଙ୍କୁ ଗିରଫ କରିଛି। ଡିଏମ୍କେ କାଉନସିଲରଙ୍କ ସମେତ ୩ ଜଣ ଆଜି ଗିରଫ ହୋଇଛନ୍ତି। ପ୍ରଭୁ ଜମ୍ମୁ କାଶ୍ମୀରରେ କାର୍ଯ୍ୟ କରୁଥିଲେ ଏବଂ ଛୁଟିରେ ଘରକୁ ଆସିଥିଲେ।