ଝିଅ ଜନ୍ମଦିନ ପାର୍ଟିରୁ ଯବାନ୍‌ଙ୍କୁ ଟାଣି ନେଇ ଗୁଳି ମାରି ହତ୍ୟା କଲେ ମାଓବାଦୀ

ପାଟନା: ସୋମବାର ଦିନ ମାଓବାଦୀମାନେ ‘ସଶସ୍ତ୍ର ସୀମା ବଳ’ର ଜଣେ ଯବାନଙ୍କୁ ଘରୁ ଟାଣି ନେଇ ଗୁଳି ମାରି ହତ୍ୟା କରିଛନ୍ତି। ସେ ଯବାନ୍‌ଜଣକ ଛୁଟି ନେଇ ବିହାରର ଜାମୁଇ ଜିଲ୍ଲା ଅନ୍ତର୍ଗତ ପାଣ୍ଡେଥିକା ଗାଁ’ରେ ଥିବା ନିଜ ଘରକୁ ଆସିଥିଲେ। ବିହାରର ମଧୁବନ ଜିଲ୍ଲା ଠାରେ ଅବସ୍ଥାପି ସୀମା ସୁରକ୍ଷା ବଳର ୪୮ ବାଟାଲିୟାନ୍‌ରେ ମୁତୟନ କରାଯାଇଥିବା ସେ ଯବାନ୍‌ଙ୍କ ନାମ ହେଉଛି ସିକନ୍ଦର ଯାଦବ।

ମଙ୍ଗଳବାର ଦିନ ବଡ଼ହାଟ ଏସ୍‌ଏଚ୍‌ଓ ସୁନୀଲ କୁମାର କହିଛନ୍ତି, ସପରିବାର ଝିଅର ୪ର୍ଥ ଜନ୍ମଦିନ ପାଳନ କରୁଥିବାବେଳେ ସିକନ୍ଦରଙ୍କୁ ହତ୍ୟା କରାଯାଇଛି।

ସିକନ୍ଦରଙ୍କୁ ହତ୍ୟା କରିବା ଆଗରୁ ଦୁଇ ଜଣ ମାଓବାଦୀ ପୁଲିସ ପୋଷାକରେ ତାଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିଥିଲେ। ସେ ଘରୁ ପଦାକୁ ଆସିଲାକ୍ଷଣି ଅନ୍ୟ ୨୦ ଜଣ ବିଦ୍ରୋହୀ ତାଙ୍କୁ ମାଡ଼ିବସି ବନ୍ଧୁକ ଦେଖାଇ ଘୋଷାରି ନେଇ ଯାଇଥିଲେ।

ଘର ଠାରୁ ମାତ୍ର ଅଳ୍ପ କେତେ ଫୁଟ୍‌ ଦୂରରେ ତାଙ୍କୁ କେତେଗୁଡ଼ିଏ ଗୁଳି ମରାଯାଇଥିଲା ବୋଲି ପୁଲିସ କହିଛି।

ମାଓବାଦୀଙ୍କ ମଧ୍ୟରେ କେତେକ ମହିଳା ଥିବା କଥା ଗ୍ରମାବାସୀ କହୁଛନ୍ତି। ଜଣେ ପୁଲିସ ସୂଚନା ଦାତା ବୋଲି କହି ତାଙ୍କୁ ଦଣ୍ଡ ଦେଉଥିବା କଥା ବିଦ୍ରୋହୀମାନେ ଚିତ୍କାର କରିଥିଲେ। ତାଙ୍କୁ ଗୁଳି ମାରି ମାରିବା ପରେ ସେମାନେ ପାଖ ଜଙ୍ଗଲକୁ ଖସି ଯାଇଥିଲେ।

ସମ୍ବନ୍ଧିତ ଖବର