ନୂଆଦିଲ୍ଲୀ: ଆକାଶରୁ ନିଆଁ ବର୍ଷା। ପ୍ରଚଣ୍ଡ ଖରାରେ ଟକମକ ହୋଇ ଫୁଟୁଛି ମରୁଭୂମିର ବାଲି। ପ୍ରକୃୃତିର ଏଭଳି ରୌଦ୍ର ରୂପ ମଧ୍ୟ ଭାଙ୍ଗିପାରିନି ଯବାନଙ୍କ ସାହସ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଟଳମଳ ହୋଇନି ଦେଶର ବୀର ପୁତ୍ରଙ୍କ ପାଦ। ଦେଶ ମାଟିର ସେବା ପାଇଁ ସୀମାରେ ଅହରହ ଚାଲିଛି ପାଟ୍ରୋଲିଂ। ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଛନ୍ତି ଭାରତର ବିଏସ୍ଏଫ ଯବାନ। ୫୫ ଡିଗ୍ରୀ ତାତିରେ ଭାରତ-ପାକିସ୍ତାନ ସୀମା ଜଗିଛନ୍ତି । ବନ୍ଧୁକ ଧରି ଓଟ ପିଠିରେ ବସି ଯବାନମାନେ ପାଟ୍ରୋଲିଂ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।
୫୫ ଡିଗ୍ରୀ ତାତି ବି ଭାଙ୍ଗିପାରିନି ଯବାନଙ୍କ ଦେଶ ପ୍ରେମ: ଖରାରେ ଜଗିଛନ୍ତି ସୀମା
/sambad/media/post_attachments/wp-content/uploads/2024/05/Untitled-148.jpg)