ସେନାର ଯବାନ ଆତଙ୍କବାଦୀ ସଂଗଠନ ‘ହିଜବୁଲ୍‌’ରେ ସାମିଲ!

ଘରୁ ନିଖୋଜ ହେବା ପରେ ବନ୍ଧୁକ ସମେତ ଫଟୋ ଭାଇରାଲ

ସୋପିଆ: ଜମ୍ମୁ କଶ୍ମୀରରେ ସେନାର ଜଣେ ଯବାନ ଆତଙ୍କବାଦୀ ସଂଗଠନ ‘ହିଜବୁଲ୍‌’ରେ ସାମିଲ ହୋଇଥିବା ସନ୍ଦେହ କରାଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯବାନ ଜଣକ କିଛି ଦିନ ହେବ ନିଖୋଜ ଥିଲେ। ଏହା ପରେ ବନ୍ଧୁକ ସହିତ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିଖୋଜ ଥିବା ଯବାନ ଜଣକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଆଶା କରାଯାଉଛି।

ସେନାର ଯବାନ ମୀର ଇଦରୀସ ସୁଲତାନ୍‌ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିବା ସନ୍ଦେହ କରାଯାଉଛି। ମୀର ସେନାର ବିହାର ୧୨ ଜକଲି ଟୁକଡିର ଅଂଶବିଶେଷ ଥିଲେ। ଗତ ସପ୍ତାହରେ ଗୁରୁବାର ସେ ସୋପିଆର ସାଫନାଗରେ ନିଜ ଘରକୁ ଫେରିଥିଲେ। କୁହାଯାଉଛି, ସେ ନିଜ ଘରୁ ନିଖୋଜ ହୋଇଛନ୍ତି। ଏହା ପରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଯବାନ ଜଣକ ସେନାର ଜମ୍ମୁ କଶ୍ମୀର ଲାଇଟ ଇନ୍‌ଫେଣ୍ଟ୍ରି ୟୁନିଟରେ ଥିଲେ। ଅଧିକାରୀ କହିଛନ୍ତି ସେ ସୋପିଆରୁ ନିଖୋଜ ଥିଲେ ଓ ସ୍ଥାନୀୟ ଲୋକଙ୍କ ସହିତ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିଲେ।

ସମ୍ବନ୍ଧିତ ଖବର