୨୦ ଲୋକଙ୍କୁ ବଞ୍ଚାଇ ସହିଦ ହେଲେ ଯବାନ

ଗ୍ରେନେଡ୍‌ ଧରି ବସ୍‌ରୁ ଡେଇଁଲେ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗାବିରେ ରହୁଥିବା ଜଣେ ସୈନିକ ଅଦମ୍ୟ ସାହସର ନିଦର୍ଶନ ଦେଇ ୨୦ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। କିନ୍ତୁ ଏଥିରେ ସେ ସହିଦ ହୋଇଯାଇଛନ୍ତି। ୩୫ ବର୍ଷୀୟ ଉମେଶ ହେଲାୱାର ସିଆର୍‌ପିଏଫ୍‌ର ଜଣେ ଯବାନ। ସେ ମଣିପୁରର ଇମ୍ଫାଲରେ କାର୍ଯ୍ୟରତ ଥିଲେ। ସେ ଏକ ବସ୍‌ରେ ଯାଉଥିବା ବେଳେ ବସ୍‌ ମଧ୍ୟରେ ଏକ ଗ୍ରେନେଡ୍‌ ପଡ଼ିଥିବାର ଦେଖିଥିଲେ। ବସ୍‌ରେ ୨୦ ଜଣ ଯାତ୍ରୀ ଥିବାରୁ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ହାତରେ ଗ୍ରେନେଡ୍‌ ଧରି ବସ୍‌ରୁ ଡେଇଁପଡ଼ିଥିଲେ। ଡେଇଁବା କ୍ଷଣି ଗ୍ରେନେଡ୍‌ ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ଶରୀର ଛିନ୍‌ଭିନ୍‌ ହୋଇଯାଇଥିଲା। କିନ୍ତୁ ନିଜ ଜୀବନ ଦେଇ ସେ ୨୦ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି।

ସମ୍ବନ୍ଧିତ ଖବର