ଡେରାଡୁନ୍ : ଅରୁଣାଚଳ ପ୍ରଦେଶର ଅଂଜାବ ଜିଲ୍ଲା ସ୍ଥିତ କଜାବ ଭ୍ୟାଲିର ଆଗୁଆ ଘାଟି ଅଞ୍ଚଳରେ ପୁଣି ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯବାନ ହେଉଛନ୍ତି ଉତ୍ତରାଖଣ୍ଡର। ଗତ ୧୪ ଦିନ ପୂର୍ବରୁ ଅନ୍ୟ ଜଣେ ଯବାନ ଏହି ସମାନ ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। ତାଙ୍କର କିଛି ପତ୍ତା ନାହିଁ। ଉକ୍ତ ୨ ଯବାନ ନାଏକ ପ୍ରକାଶ ସିଂହ ରାଣା ଏବଂ ଲାନ୍ସ ନାଏକ ହରେନ୍ଦର ସିଂହ ହେଉଛନ୍ତି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର। ସେମାନେ କଜାବ ଭ୍ୟାଲିର ଆଗୁଆ ଅଞ୍ଚଳରେ ଥିବା ଏକ ନଦୀରେ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପ୍ରକାଶ ଦୁର୍ଘଟଣାବଶତଃ ନଦୀରେ ଭାସି ଯାଇଥିବାବେଳେ ହରେନ୍ଦର ତାଙ୍କ ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ଭାସି ଯାଇଛନ୍ତି। ଗଡ଼ୱାଲ ରାଇଫଲ୍ର ସପ୍ତମ ବାଟାଲିଅନ୍ରେ ଉକ୍ତ ୨ ଯବାନ ଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।
ଅରୁଣାଚଳ ପ୍ରଦେଶରେ ପୁଣି ଯବାନ ନିଖୋଜ
/sambad/media/post_attachments/wp-content/uploads/2022/06/arunachal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)