ରବିବାର ଠାରୁ ଜମ୍ମୁ ଓ କଶ୍ମୀରରୁ ନିଖୋଜ ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରି ଥାଇପାରନ୍ତି: ସେନା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରକୁ ଯାଇ ରବିବାର ସନ୍ଧ୍ୟା ବେଳ ଠାରୁ ନିଖୋଜ ହୋଇଯାଇଥିବା ଟେରିଟରିଆଲ୍ ଆର୍ମିର (ଟିଏ) ଜଣେ ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥାଇ ପାରନ୍ତି ବୋଲି ସୋମବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ପୋଡ଼ିଯାଇଥିବା ତାଙ୍କ ଗାଡ଼ିଟି ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାରୁ ମିଳିଛି। ଜଣାପଡ଼ିଛି କୁଲଗାମର ଦମହଲ୍ ହାଞ୍ଜିପୋରା ଠାରେ ‘ଟିଏ’ ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଅଟକାଇଥିଲେ। ତାଙ୍କୁ ଅପହରଣ କରିନେଇ ଆତଙ୍କବାଦୀମାନେ ତାଙ୍କ ଗାଡ଼ିଟିକୁ ପୋଡ଼ି ପକାଇଛନ୍ତି।

Image Courtesy of India Today

ସେନାର ଜଣେ ମୁଖପାତ୍ର କହିଛନ୍ତି, ‘ଟିଏ’ର ୧୬୨ ବାଟାଲିୟନ୍‌ର ରାଇଫଲ୍‌ମ୍ୟାନ୍ ଶାକିର ମନ୍‌ଜୁର୍ ରବିବାର ଦିନ ‌ନିଖୋଜ ହୋଇଯାଇଥିଲେ। ତାଙ୍କ ଗାଡ଼ିଟି ପୋଡ଼ା ଓ ପରିତ୍ୟକ୍ତ ଅବସ୍ଥାରେ ଦକ୍ଷିଣ କଶ୍ମୀରର କୁଲଗାମ୍‌ରୁ ମିଳିଛି। ପାଖ ଶୋପିଆଁ ଜିଲ୍ଲାର ବାସିନ୍ଦା ସେ ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା ସନ୍ଦେହ ହେଉଛି।

ତାଙ୍କର ପତ୍ତା ପାଇବାକୁ ସେନା ବ୍ୟାପକ ତଲାସ ଆରମ୍ଭ କରିଛି। ପୁଲିସ ଓ ନିରାପତ୍ତା ବଳ ଏହି ତଲାସ ଚଳାଇଛନ୍ତି। ତାଙ୍କୁ ଛାଡ଼ି ଦେବା ନିମନ୍ତେ ତାଙ୍କ ପରିବାର ଲୋକେ ମଧ୍ୟ ଆତଙ୍କବାଦୀଙ୍କୁ ନିବେଦନ କରିଛନ୍ତି।

 

ସମ୍ବନ୍ଧିତ ଖବର