ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା କହି ଫଟୋ ହେଲା ଭାଇରାଲ, ପରେ ଯବାନ କହିଲେ-‘ମୁଁ ଜୀବିତ ଅଛି’

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସାଇଟ୍‌ ଓ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ରେ ଆସାମର ଜଣେ ସିଆରପିଏଫ୍‌ ଯବାନଙ୍କ ଫଟୋ ପ୍ରସାରିତ କରାଯାଇଥିଲା। ଯବାନ ଜୈଶ୍‌-ଇ-ମହମ୍ମଦ(ଜେଏମ୍‌) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଅତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୦ରୁ ଊର୍ଧ୍ୱ ସିଆରପିଏଫ ଜବାନଙ୍କ ମଧ୍ୟରୁ ଜଣେ ବୋଲି ସୂଚନା ଦିଆଯାଇଥିଲା।

ସେୟାର କରାଯାଉଥିବା ମେସେଜରେ ଲେଖାଯାଇଥିଲା, ଆସାମର ମିଜିଙ୍ଗ ବାସୁମତାରେ ଓ ଅନ୍ୟ ଯବାନଙ୍କୁ ସଲାମ୍‌ ଯେଉଁମାନେ ନିଜ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଦେଶ ପାଇଁ ସହିଦ୍‌ ହୋଇଯାଇଛନ୍ତି। କିନ୍ତୁ ଯାଞ୍ଚରୁ ଜଣାପଡ଼ିଛି କି ବାସ୍ତବରେ ମିଜିଙ୍ଗ ବାସୁମତାରେ ଜୀବିତ ଓ ସୁସ୍ଥ ଅଛନ୍ତି। ସେ ନିଜେ ଏହି ମିଥ୍ୟା ଖବରକୁ ଦେଖିବା ପରେ ଫେସ୍‌ବୁକ୍‌ ଆକାଉଣ୍ଟରେ ଜୀବିତ ଅଛନ୍ତି ବୋଲି ସୂଚନା ଦେଇଥିଲେ। ତେଣୁ ଏଭଳି ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ ଚେତାବନୀ ଦିଆଯାଇଛି।

ଗୁରୁବାର ଫେବ୍ରୁଆରି ୧୪ରେ ଜମ୍ମୁକଶ୍ମୀରରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ। ଜୈଶ୍‌-ଇ-ମହମ୍ମଦ(ଜେଏମ୍‌) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଗୁରୁବାର ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍‌ ବସ୍‌ରେ ବିସ୍ଫୋଟକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର