ଏଣିକି ରୋଲ୍‌ କଲ୍‌ ସମୟରେ ୟେସ୍‌ ସାର୍‌/ମାଡାମ ବଦଳରେ ‘ଜୟହିନ୍ଦ୍‌’

ଭୋପାଳ: ଏଣିକି ମଧ୍ୟପ୍ରଦେଶର ସ୍କୁଲ୍‌ମାନଙ୍କରେ ରୋଲ୍‌ କଲ୍‌ ସମୟରେ ପିଲାମାନେ ୟେସ୍‌ ସାର୍‌/ମାଡାମ କିମ୍ବା ପ୍ରେଜେଣ୍ଟ୍‌ ସାର୍‌/ମାଡାମ କହିବା ବଦଳରେ ଜୟହିନ୍ଦ୍‌ କହିବେ। ମଧ୍ୟପ୍ରଦେଶ ସରକାର ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରତିଦିନ ପିଲାମାନେ ଥରୁଟିଏ ଜୟ ହିନ୍ଦ୍‌ ବୋଲି କହିବା ଦ୍ୱାରା ସେମାନଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ରହିବ ବୋଲି ସ୍କୁଲ୍‌ ଶିକ୍ଷା ମନ୍ତ୍ରୀ ବିଜୟ ଶାହା କହିଛନ୍ତି। ଏହି ନିୟମ ରାଜ୍ୟର ୧.୨୨ ଲକ୍ଷ ସରକାରୀ ସ୍କୁଲ୍‌ରେ ଲାଗୁ କରାଯାଇଛି। ପ୍ରାଇଭେଟ୍‌ ସ୍କୁଲ୍‌ଗୁଡ଼ିକ ପାଇଁ ମଧ୍ୟ ନିକଟରେ ଏକ ପରାମର୍ଶ ପତ୍ର ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର